ସମନ୍ଵିତ କୃଷି

0

ଏବର ସବୁଠାରୁ ବଡ ସମସ୍ୟା କରୋନା ମହାମାରୀ ର ମୁକାବିଲା ସହ ସରକାରଙ୍କ ନିଯମାବଳୀ ର ସଠିକ ଅବଲମ୍ବନ ପୂର୍ବକ ସଚେତନତା | ସଚେତନତା ର ପ୍ରଥମ ପାହ୍ୟା ସାମାଜିକ ଦୁରତ୍ଵ ; ଯାହାର ପରିଣାମ କର୍ମକ୍ଷେତ୍ର ରୁ ଛଟେଇ ଏପରିକି ଚାଷୀକୁଳ କୁ ମଧ୍ୟ  ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି | କିନ୍ତୁ ଏସବୁ ମଧ୍ୟରେ କଣ ଆମର ଉଦର ର ଭୋକ ଆମଠାରୁ ଦୁରତ୍ଵ ରକ୍ଷା କରୁଛି?

ପ୍ରତିଦିନ ଆମକୁ ଆବଶ୍ୟକ ପନିପରିବା,ଚାଉଳ,ଡାଲି,ଦୁଧ ; ଆମିଷ ବାରରେ ମାଛ,ଅଣ୍ଡା,ଚିକେନ | କେହି ବି ବୁଝିପାରୁନାହାନ୍ତି ସାମାଜିକ ଦୁରତ୍ଵ ରକ୍ଷା କରି ଅଳ୍ପ ଲୋକ ରେ ଚାଷ,ଗୋପାଳନ କେନ୍ଦ୍ର ଅସବୁ ଚାଲିବ କିପରି ! ବଡ ବଡ ଗୋପାଳନ କେନ୍ଦ୍ର ହେଉ ଆବ ବଡ ବଡ ଚାଷ ଜମି ଅଧିକ ଚାଷୀ, ଶ୍ରମିକ ଙ୍କର ଆବଶ୍ୟକତା ରହିଛି ,ଏଣୁ ନିଯମାବଳୀ କୁ ଜଗିଲେ ଅସବୁ ସମ୍ଭବପର ନୁହଁ | ଏସବୁ ର ଏକ ଅନନ୍ୟ ପନ୍ଥା ହେଉଛି ସ୍ୱାବଲମ୍ବି ହେବା ମାତ୍ର ଏହି ସ୍ୱାବଲମ୍ବୀ ମନୀଷା କିପରି ଅଳ୍ପ ସ୍ଥାନ ରେ ଅଳ୍ପ ଶ୍ରମିକ ରେ ଅଧିକ ଲାଭବାନ ହେବା  ସହ ଅନ୍ୟ ର ଆବଶ୍ୟକତା ମେଣ୍ଟାଇବାରେ ନିଜ ହାତ ବଢାଇପାରିବ ; ତାହା ନେଇ ଏକ ପରିକଳ୍ପନା ସମନ୍ଵିତ କୃଷି ପ୍ରଣାଳୀ | ଯେଉଁଠି ଅଳ୍ପ ଜମି ରେ ଅନେକ ପ୍ରକାର ଚାଷ ସହ ଗୋପାଳନ,କୁକୁଡା ପାଳନ ତଥା ମାଛ ଚାଷ କରାଯାଇପାରିବ |

ଖାଦ୍ୟଶୃଙ୍ଖଳ କୁ ଠିକ ଭାବରେ ଅନୁଧ୍ୟାନ କାଲେ ଜଣା ପଡେ ଖାଦ୍ୟ ଏବଂ ଖାଦକ ର ସମ୍ପର୍କ ଅନନ୍ୟ | ଗାଈ ଗୋରୁ  ମାନଙ୍କର ଖାଦ୍ୟ ହେଉଛି ଚାଷଜମି ର ଅନାବଶ୍ୟକ ବର୍ଜ୍ୟବସ୍ତୁ (ଅଗାଡି ,କୁଟ, ଅନାବନା ଘାସ ) ଏବଂ ଗାଈ ର ଗୋବର ହେଉଛି ଜମି କୁ ଉର୍ବର କରିବାର ଖତ |

nano urea

ଠିକ ସେହିପରି ଗୋଟିଏ ଜଳାଶୟ ଛୋଟ ହେଉ ଅବା ବଡ, ତାହା ଚାଷ ଜମି ରେ ଜଳ ର ଆବଶ୍ୟକତା ମେଣ୍ଟାଇବା ସହ ମାଛ ଚାଷ ପାଇଁ ଏକ ଉପଯୁକ୍ତ ସ୍ଥାନ ହୋଇପାରିବ | ସେହିପରି କୁକୁଡା ମାନଙ୍କର ମଳ ମଧ୍ୟ ମାଛ ମାନଙ୍କର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ | ଏହା ବ୍ୟତୀତ କୁକୁଡା ରହୁଥିବା ଘରେ କୁଟା ବିଛେଇ ସେଗୁଡିକୁ ପରବର୍ତ୍ତୀ ସମୟ ରେ ଖତ ରୂପେ ଜମିରେ ମଧ୍ୟ ବ୍ୟବହାର କରାଯାଇପାରିବ |

ଦେଖିବାକୁ ଗଲେ ଏ ସମସ୍ତେ ପରସ୍ପର କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସାହାଯ କରିବା ସହ ଲାଭାଂଶ କୁ ଅନେକ ମାତ୍ର ରେ ବଢାଇପାରିବେ | ଏଣୁ ଚାଷ ଜମି ଗୋପାଳନ କେନ୍ଦ୍ର ଏବଂ କ୍ଷୁଦ୍ର ଜଳାଶୟ ଟିଏ ବ୍ୟବସ୍ଥା କରିପାରିଲେ ଅଳ୍ପଜମି ରେ ଅନେକ ପ୍ରକାର ଜିନିଷ ସମ୍ଭବପର ହୋଇପାରିବ | ଜଳାଶୟ ର ଅଳ୍ପ ଊର୍ଦ୍ଧ୍ଵରେ ଏକ କୁକୁଡା ଘର କରି ଅଳ୍ପ କିଛି କୁକୁଡା ଙ୍କୁ ନେଇ କୁକୁଡା ଚାଷ କରାଯାଇପାରିବ | ଚାଷ ଜମି ରେ ଧାନ, ଡାଲି ଜାତୀୟ ଫସଲ ହେଉ ଅବା ଅଳ୍ପ ଜମି ଥିଲେ ପରିବା ଚାଷ ମଧ୍ୟ କରାଯାଇପାରିବ | ଗୋପାଳନ ପାଇଁ ୨ ରୁ ୪ ଟି ଗାଈ ରେ ମଧ୍ୟ ଅନେକ ଲାଭ ହୋଇପାରିବ ତତ୍ସହିତ ଏ ଗୁଡିକର ଖର୍ଚ୍ଚ ର ପରିମାଣ ମଧ୍ୟ କମ ରହିବ | ଖର୍ଚ୍ଚ ଠାରୁ ଅଧିକ ଆମଦାନୀ କରାଯାଇପାରିବ ;ଯାହାଦ୍ୱାରା ଆର୍ଥିକ ମେରୁଦଣ୍ଡ ,ଯାହା କରୋନା ମାଡ ରେ ଦୋହୋଲିଯାଇଛି ତାହା ଅନେକାଂଶ ରେ ସୁଧୁରିପାରିବା |

ନିଜ ଜମି ରେ ନିଜେ ଫସଲ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥ ଯଥା ପନିପରିବା , ଚିକେନ, ଅଣ୍ଡା ,ମାଛ ଆଦିର ଚାହିଦା ମଧ୍ୟ ପୂରଣ କରାଯାଇପାରିବ | ଏଗୁଡିକ ବିକ୍ରି ଯୋଗୁଁ ଚାଷୀ ଭାଇ ନିଜେ ଉପକୃତ ହେବ ସହ ଅନ୍ୟ ର ଉଦାର ଜ୍ଵାଳା କୁ ଶାନ୍ତ କରାଇପାରିବ | ଏହିପରି ଅଳ୍ପ ଜମିରୁ ଆମେ ଅଧିକ ଲାଭବାନ ହୋଇପାରିବା ; ଆବଶ୍ୟକତା କେବଳ ଜମି ର ନବୀକରଣ ଏବଂ ମାଧ୍ୟମର ନାମ ସମନ୍ଵିତ କୃଷି |

Leave A Reply

Your email address will not be published.

15 − 2 =