ହଳଦୀପତ୍ରରେ ମହକୁଛି ରାଜଧାନୀ

0

ଆସନ୍ତା କାଲି ହେଉଛି ପ୍ରଥମାଷ୍ଟମୀ । ଏହା ଘରେ ଘରେ ପାଳନ ହେବା ସହ ପିଠା ପଣା ଇତ୍ୟାଦିରେ ଘର ମହକି ଉଠେ । ଖାସ୍ କରି ଏଣ୍ଡୁରି ପିଠା ଏହି ପର୍ବରେ କରାଯାଇଥାଏ। ଏହା ସାଧାରତଃ ହଳଦୀ ପତ୍ର ରେ ତିଆରି କରାଯାଇଥାଏ। ସେଥିପାଇଁ ବଜାରରେ ହଳଦୀ ପତ୍ର ର ବେପାର ଆରମ୍ଭ ହେଲାଣି । ଦେଖିବାକୁ ଗଲେ ଓଡ଼ିଶା ଏକ କୃଷପ୍ରଧାନ ରାଜ୍ୟ , କାର୍ତ୍ତିକ ମାସରେ ହଳଦୀ ଚାଷ କରାଯାଏ ଏବଂ ମାର୍ଗଶିର ମାସ ହେଉଛି ହଳଦୀ ପତ୍ର ଅମଳ କରାଯାଇଥାଏ ।

nano urea

ରାଜଧାନୀ ରାସ୍ତାକଡ଼ରେ ମଧ୍ୟ ଦେଖିବାକୁ ମିଳୁଛି ହଳଦୀ ପତ୍ରର ପସରା, ବିଶେଷକରି ସିଆର୍‌ପି ଛକଠାରୁ ଆରମ୍ଭ କରି ଜୟଦେବ ବିହାର, ରସୁଲଗଡ଼, କଳ୍ପନାଠାରୁ ଆରମ୍ଭ କରି ଏଜିଛକ ଏବଂ ପାୱାର ହାଉସ୍ ଛକରେ ହଳଦୀ ପତ୍ର ବିକ୍ରି ଆରମ୍ଭ ହେଲାଣି । ବିଡ଼ାପ୍ରତି ହଳଦୀ ପତ୍ରର ଦାମ୍ ରହିଛି ୭ରୁ ୧୦ ଟଙ୍କା । ତେବେ ହାଟଗୁଡ଼ିକରେ ପତ୍ର ଦାମ୍ ଟିକେ କମ୍ ରହିଥିବା ବେଳେ ରାସ୍ତାକଡ଼ରେ ଦାମ୍ ଅଧିକ ରହିଛି। ରାଜଧାନୀ ବଜାରକୁ ଗତ ସପ୍ତାହେ ହେଲା ହଳଦୀ ପତ୍ର ବିକ୍ରି ପାଇଁ ଆସିଲାଣି। କିନ୍ତୁ ହଳଦୀ ପତ୍ର କିଣିବା ପାଇଁ ଗତ ଦୁଇରୁ ତିନିଦିନ ହେବ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା। ବ୍ୟବସାୟୀଙ୍କ କହିବାନୁଯାୟୀ ସେମାନେ କନ୍ଧମାଳରୁ ହଳଦୀପତ୍ର ଆଣି ଏଠାରେ ବିକ୍ରି କରୁଛନ୍ତି ଯେତିକି ହଳଦୀ ପତ୍ର ଆସିଥିଲା ତାହା ପ୍ରାୟ ସରି ଆସିଗଲାଣି । ଏହି ଦୁଇଦିନ ମଧ୍ୟରେ ଏହାର ଦାମ୍ ବଢ଼ିବାର ଆଶଙ୍କା ରହିଛି। ପୂର୍ବବର୍ଷଗୁଡ଼ିକରେ ପ୍ରାଥମାଷ୍ଟମୀ ଦୁଇତିନିଦିନ ପୂର୍ବରୁ ହଳଦୀ ପତ୍ର ଦାମ୍ ଯାହା ଥିଲା ଏବର୍ଷ ମଧ୍ୟ ସେତିକି ରହିଛି। କିନ୍ତୁ ପୂର୍ବବର୍ଷମାନଙ୍କର ସ୍ଥିତିକୁ ଦେଖିଲେ ପ୍ରଥମାଷ୍ଟମୀ ପୂର୍ବଦିନ ହିଁ ହଳଦୀ ପତ୍ର ଦାମ୍ ହଠାତ୍ ବୃଦ୍ଧି ପାଇଥାଏ | ଏମିତି କି ଗତବର୍ଷ ମଧ୍ୟ ପ୍ରଥମାଷ୍ଟମୀ ପୂର୍ବଦିନ ବିଡ଼ାପତ୍ର ହଳଦୀପତ୍ର ୧୫ ଟଙ୍କାରେ ବିକ୍ରି ହୋଇଥିଲା । କିନ୍ତୁ ଏବର୍ଷ ଯଦି ସୋମବାର କନ୍ଧମାଳରୁ ଅଧିକ ପତ୍ର ନ ଆସେ ତେବେ ଦାମ୍ ବୃଦ୍ଧି ପାଇବ ବୋଲି ବ୍ୟବସାୟୀ ବିକ୍ରମ କ‌ହିଛନ୍ତି I କେତେକ କ୍ଷେତ୍ରରେ ପ୍ରଥମାଷ୍ଟମୀ ପରଦିନ ମଧ୍ୟ ହଳଦୀ ପତ୍ର ବିକ୍ରି ହୋଇଥାଏ | ଏକନମ୍ବର ହାଟରୁ କିଣୁଥିବା ଜଣେ ଗ୍ରାହକଙ୍କ କହିବାନୁଯାୟୀ ସେ ପ୍ରାୟ ଦେଢ଼ଶହରୁ ଦୁଇ ଶହ ଟଙ୍କାର ହଳଦୀ ପତ୍ର କ୍ରୟ କରିଛନ୍ତି | ଏମିତି କି ଅଷ୍ଟମୀ ଯିବାର ସପ୍ତାହ ପର୍ଯ୍ୟନ୍ତ ଘରେ ହଳଦୀ ପତ୍ର ପିଠା କରି ଖାଇଥାନ୍ତି ।

Leave A Reply

Your email address will not be published.

3 + 3 =