ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪ : ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା

ନୂଆଦିଲ୍ଲୀରେ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪, ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଯାଇଛି, ଏହି ମେଳାରେ ଓଡ଼ିଶା ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ଉତ୍ପାଦର ବିଶେଷ ଚାହିଦା ରହିଛି। ଓଡ଼ିଶାର ମାଣ୍ଡିଆ, ଅନ୍ୟ ପୁଷ୍ଟିଶସ୍ୟ ଏବଂ କନ୍ଧମାଳ ଜିଲ୍ଲାର ହଳଦୀକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ‘ ଓ ମଣ୍ଡପରେ ‘ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲଗାଯାଇଥିବା ସମୁଦାୟ ୨୫ ଟି ଷ୍ଟଲ୍ ମଧ୍ୟରୁ ୫ ଟି ଷ୍ଟଲ୍ ମିଶନ ଶକ୍ତି ବିଭାଗ ତରଫରୁ ଲଗାଯାଇଥିଲା। ଏହି ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ହାତ ତିଆରି ଉତ୍ପାଦ ଅଧିକ ଆକର୍ଷଣ ସାଜିଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ପ୍ରସ୍ତୁତ ଉତ୍ପଦକୁ ମଣ୍ଡପରେ ପ୍ରଦର୍ଶନ କରିବା ସହ ବିକ୍ରି ମଧ୍ୟ କରାଯାଇଛି। ସେମାନେ ପ୍ରଥମ ଥର ପାଇଁ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଥିବା ସହ, ସେମାନଙ୍କ ଉତ୍ପାଦକୁ କିଣୁଥିବା ଲୋକମାନେ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି। ୫ ଟି ଷ୍ଟଲ୍ ରେ ପ୍ରାୟ ୧୦ ଜଣରୁ ଊର୍ଦ୍ଧ୍ଵ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଂଶଗ୍ରହଣ କରି ଦିଲ୍ଲୀ ବଜାରରେ ମାଣ୍ଡିଆ ପ୍ରସ୍ତୁତ ପୁଷ୍ଟିକର ଜାତୀୟ ଖାଦ୍ୟ ଯଥା ଛତୁଆ, ବିସ୍କୁଟ ଏବଂ ଅନ୍ୟ ସାମଗ୍ରୀ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିଛନ୍ତି।

ଉପସ୍ଥାପନା- ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×