ଓଡ଼ିଶାରେ ମାଛ ଚାଷକୁ ପ୍ରୋତ୍ସାହିତ କରାଯିବ : ଧର୍ମେନ୍ଦ୍ର ପ୍ରଧାନ

0

ମାନ୍ୟବର ପ୍ରଧାନମନ୍ତ୍ରୀ ମତ୍ସ୍ୟ ଚାଷକୁ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି। ଓଡ଼ିଶାରେ ମାଛକୁ ଲୋକମାନେ ନିଜର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି, ତେଣୁ ମତ୍ସ୍ୟ ଚାଷର ବୃଦ୍ଧି ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ମଧ୍ୟ ପ୍ରଣୟନ କରୁଛନ୍ତି। ମତ୍ସ୍ୟ ପାଳନକୁ ଅଗ୍ରାଧିକାର ଦେବା ସହ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ ଆରମ୍ଭ କରିଛନ୍ତି। ରାଜ୍ୟରେ ମଧୁର ଜଳ ମାଛର ଅନେକ ଆବଶ୍ୟକତା ରହିଛି, ତେଣୁ ହୀରାକୁଦ ତଥା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଦେଓଗଡ ଜିଲ୍ଲାରେ ମତ୍ସ୍ୟ ଚାଷକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ରାଜ୍ୟ ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି।

nano urea

ଓଡ଼ିଶାରେ ମାଛର ସ୍ଥାନ ସ୍ୱତନ୍ତ୍ର। ଆଗାମୀ ଦିନମାନଙ୍କରେ ମତ୍ସ୍ୟ ଉତ୍ପାଦନ ସହ ମାଛ ରପ୍ତାନୀକୁ ଦୁଇ ଗୁଣା କରିବା ଏବଂ ମତ୍ସ୍ୟ ବିଭାଗ କ୍ଷେତ୍ରରେ ରୋଜଗାରର ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ବିହିତ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ସେହି ଜିଲ୍ଲା ମାନଙ୍କରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ‘ମତ୍ସ୍ୟ ପାର୍କ’ କରାଯିବାର ଯୋଜନା କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପାଖାପାଖି ୮୦୦ କୋଟି ଟଙ୍କା ବ୍ୟୟରେ ହୀରାକୁଦ କେନାଲକୁ ବିକଶିତ କରିବା ପାଇଁ ଯୋଜନା ହୋଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

nine − 2 =