ଜୈବିକ କୃଷିକୁ ମାନ୍ୟବର ରାଜ୍ୟପାଳଙ୍କ ଗୁରୁତ୍ଵ

0

ବୈଜ୍ଞାନିକ ପ୍ରଣାଳୀରେ ଜୈବିକ କୃଷି କରାଯାଇ ଫସଲ ଉତ୍ପାଦନରେ ବୃଦ୍ଧି ଏବଂ ରୋଗପୋକ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ। ଜୈବିକ କୃଷି ହେଉଛି ଆମର ପୂର୍ବପୁରୁଷମାନଙ୍କ ଦ୍ଵାରା ଅନାଦି କାଳରୁ କରାଯାଉଥିବା ଦେଶୀୟ ଚାଷ ପ୍ରଣାଳୀ। ସେଥିପାଇଁ ଏହା ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। କେନ୍ଦୁଝର ଜିଲ୍ଲାର ଟିକରପଡ଼ା ଗ୍ରାମରେ APC(Agriculture production cluster)କୁ ପରିଦର୍ଶନ କରିବା ସହିତ ଚାଷୀ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କରି ଅଭାବ ଅସୁବିଧା ପଚାରି ବୁଝିଛନ୍ତି।

nano urea

ଜୈବିକ କୃଷି ହେଉଛି ଏକ କୃଷି ପ୍ରଣାଳୀ ଯାହା ଦ୍ରୁତ ପରିବର୍ତ୍ତନଶୀଳ ଚାଷ ପ୍ରଣାଳୀର ପ୍ରତିକ୍ରିୟାରେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା। ଆଜି ବିଭିନ୍ନ ସଂଗଠନ ଦ୍ୱାରା ଏହାର ବିକାଶ ଜାରି ରହିଛି। କୃଷି ହେଉଛି ଆମ ଅର୍ଥନୀତି ଓ ସଂସ୍କୃତିର ଭିତ୍ତି। କୃଷି କ୍ଷେତ୍ରର ବିକାଶ ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି। ଏସବୁର ବ୍ୟାପକ ଉପଯୋଗ ହେବା ଦରକାର। କୃଷି ସହିତ ଗ୍ରାମାଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯାଉଛି ବୋଲି ମାନ୍ୟବର ରାଜ୍ୟପାଳ କହିଛନ୍ତି।

Leave A Reply

Your email address will not be published.

twelve − 8 =