ମାଟି ଆଜି ଗୁମୁରି ଗୁମୁରି କାନ୍ଦୁଛି

0

କୃଷିରେ ବି ଆସିଛି ବୈପବ୍ଲିକ ପରିବର୍ତ୍ତନ । ସବୁଠି ଶୁଭୁଛି ସାମଗ୍ରିକ ସ୍ୱର । ପଲ୍ଲୀଠୁ ପାର୍ଲ୍ୟାମେଣ୍ଟ ଯାଏଁ ଆଜି କୃଷକର ମର୍ମବେଦନାର ଚିତ୍କାର । ରାଜରାସ୍ତାରେ ଆଜି ଶହ ଶହ କୃଷକଙ୍କ ଆନ୍ଦୋଳନର ସ୍ୱର । ଏ କ’ଣ ପରିବର୍ତ୍ତନ ନୁହେଁ? ଏ କଣ ଏକ ନୂଆ ଅଧ୍ୟାୟର ଆରମ୍ଭ ନୁହେଁ? ମାଟି କୃଷିର ଏନ୍ତୁଡିଶାଳ । ମୁଦ୍ରାର ଦୁଇପାର୍ଶ୍ୱ ପରି ଉଭୟେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଜଣକ ବିନା ଅନ୍ୟଟି ନିରୁପାୟ । ମାଟି ଉପରେ ହିଁ ଚାଷ କରେ କୃଷକ । ବିପିତ ବିହନ ଗଜାମେଲେ, କର୍ଷଣରେ ଭରିଦିଏ କୃଷକ । ସବୁର ଆଧାର ମାଟି । ନିଜର ସ୍ୱାର୍ଥକୁ ଚରିତାର୍ଥ କରିବାପାଇଁ ମଣିଷ କ’ଣ ବା ନକରୁଛି? ମାଟି ବୋଲି ଗୋଟିଏ ଶବ୍ଦ ଅଛି ବୋଲି ବି ଆଜି ସେ ଭୁଲିଯାଇଛି । ଜୀବନରେ ସଂଜ୍ଞା ବଦଳିଛି ସତ ଆଉ ତାଭିତରେ ମାଟିର ସଂଜ୍ଞା ଆଜି ଅସ୍ଥିର ପ୍ରାୟ ।

nano urea

କୃଷି କାର୍ଯ୍ୟ ଆଜି ଅମଳ ବା ଉତ୍ପାଦନ ପାଇଁ କରାଯାଉଛି । ଜମିରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାରର ପ୍ରଭାବ ମାଟି/ମୃତ୍ତିକାକୁ କ୍ଷୟ କରୁଛି । ଏହା ସମସ୍ତେ ଜାଣିବି ଏହାକୁ ପ୍ରୟୋଗ କରିବାରେ ଅବହେଳା କରୁନାହାନ୍ତି । ପିଲାଦିନରୁ ମୃତ୍ତିକା କ୍ଷୟ ବିଷୟରେ ପଢି, ଲେଖି ପରୀକ୍ଷାରେ ପାସ୍‌ କରି ଆସିଛନ୍ତି ସମସ୍ତେ, ଆଉ ଏହାସହ ମୃତ୍ତିକା ସଂରକ୍ଷଣ କୁ ବି ପଢିଛନ୍ତି । ହେଲେ କ’ଣ ହେବ, ସବୁ ଯାହାକୁ ତାହା । ସେ ସବୁ ଆଜି ଚୂଲିମୁଣ୍ଡକୁ ଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ସହିତ ମଣିଷ ଏବେ କୃଷି ପାଇଁ ଜଙ୍ଗଲ କ୍ଷୟ କରୁଛି । ଯେଉଁ ଚେର ଦିନେ ମାଟିର ଭିତରକୁ ଜାବୁଡି ଧରିଥିଲା, ଆଜି ସେ ନିରୁପାୟ ଶ୍ରୀହୀନ । ମାଟି ଫାଟି ଆଁ କରୁଛି ତ୍ରାହି ତ୍ରାହି ଚିତ୍କାର କରୁଛି ।
ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି । ସେମଧ୍ୟରୁ ୯୪ ମିଲିୟନ ହେକ୍ଟର ଜଳ ପ୍ରଦୂଷଣ, ୧୬ ମିଲିୟନ ହେକ୍ଟର ବନ୍ୟା, ୯ ମିଲିୟନ ହେକ୍ଟର ବାୟୁ ପ୍ରଦୂଷଣ ଆଉ ୭ ମିଲିୟନ ହେକ୍ଟର ଅନ୍ୟାନ୍ୟ କାରଣ ଯୋଗୁଁ ହେଉଛି । ତେବେ ଯଦି ଏମିତି ପରିମାଣରେ ମୃତ୍ତିକା କ୍ଷୟ ହୁଏ ତେବେ ଓଝଝଝ ଦ୍ୱାରା କୁହାଯାଇଛି ଯେ ୨୦୧୫ ବେଳକୁ କୃଷି ପାଇଁ ଜମି ନଥିବ । ସେତେବେଳେ ମଣିଷ କରିବ କ’ଣ? ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଏମିତି କରିବାପାଇଁ ପଛାଉନାହିଁ, ତେବେ ଟିକେ ଭାବନ୍ତୁନା ଆଉ କିଛି ଦିନପରେ ଅବସ୍ଥା କ’ଣ ହେବ?

ବ୍ୟବହୃତ ରାସାୟନିକ ସାରର ଅଧିକାଂଶ ମଣିଷ ଖାଦ୍ୟ ଭାବେ ଗ୍ରହଣ କରୁଛି । ଏହା ଜାଣି ବି ସବୁ ଅଜଣା । ତେବେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ସତ ସବୁ କାଗଜ କଲମରେ ରହିଯାଉଛି । କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ ବି କରୁଛନ୍ତି । ନିକଟରେ ଜଳସେଚନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା । ପରନ୍ତୁ ଦୁଃଖର ବିଷୟ ମୃତ୍ତିକା ସଂରକ୍ଷଣ ପାଇଁ ସେମିତି କିଛି ଯୋଜନା ପ୍ରଣୟନ ହେଉନି । ଆଜିବି ଅନେକଙ୍କ ଅଜ୍ଞାତ ଦ୍ୱାରରେ ବିଶ୍ୱ ମୃତ୍ତିକା ଦିବସ। କେତକ କୃଷି ଛାତ୍ର, ବୈଜ୍ଞାନିକ ଆଉ ଅଫିସରଙ୍କୁ ଛାଡିଦେଲେ ବୋଧହୁଏ ଆଉ କେହି ଶୁଣିବି ନଥିବେ । ତେବେ କୃଷି ପାଇଁ ମାଟିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେକଥା ଜମିରେ ଝାଳ ବୁହାଇଥିବା ଚାଷୀ ଭାଇଟିଏ ଜାଣିଛି । ହେଲେ ବିଳାସବ୍ୟସନରେ ଜୀବନ ନିଭାଉଥିବା ମଣିଷ ଜାଣିନି ।
ମୃତ୍ତିକା ସଂରକ୍ଷଣ ପାଇଁ ନୂତନବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି । ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଭୁଲ ହେବନାହିଁ । ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଆନ୍ତା, ସୁଫଳ ମିଳିବାଟା ଥୟ ।

Leave A Reply

Your email address will not be published.

seventeen − fifteen =