ସବୁଶ୍ରେଣୀର ଲୋକଙ୍କର ପ୍ରଥମ ପସନ୍ଦ ମାଣ୍ଡିଆ

0

ସମୟ ବଦଳୁଛି । ଲୋକଙ୍କ ଜୀବନ ଜିଇଁବାର ଢ଼ାଂଚା ବି ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତିତ ଜୀବନ ଚର୍ଯ୍ୟା ଭିତରେ ଲୋକଙ୍କ ଖାଦ୍ୟ ଶୈଳୀ ବା ଖାଦ୍ୟରୁଚି ମଧ୍ୟ ବଦଳିଛି । ଏବେ ସମାଜର ସବୁ ବର୍ଗ ଆଉ ସବୁ ଶ୍ରେଣୀର ଲୋକ ମାଣ୍ଡିଆକୁ ପସନ୍ଦ ତ କରୁଛନ୍ତି ଏହା ସହ ମାଣ୍ଡିଆକୁ ନିଜ ଦୈନନ୍ଦିନ ଖାଦ୍ୟପେୟରେ ବି ସାମିଲ କରିସାରିଲେଣି । ସକାଳ ଜଳଖିଆ କୁହନ୍ତୁ ଅବା ସଂଧ୍ୟା ସବୁଥିରେ ଏବେ ମାଣ୍ଡିଆ ସମସସ୍ତଙ୍କ ମନ ମୋହୁଛି । ପ୍ରାଚୀନ କାଳରେ ଗରିବଙ୍କ ଖାଦ୍ୟ ବୋଲାଉଥିବା ମାଣ୍ଡିଆର ସଂଜ୍ଞା ଏବେ ସଂପୂର୍ଣ୍ଣ ବଦଳିଯାଇଛି । ଘରେ ଘରେ ମାଣ୍ଡିଆର ସ୍ୱାଦ ପହଁଚିଛି । ଲୋକଙ୍କ ଭିତରେ ଏକ ଅହେତୁକ ଆକର୍ଷଣ ସୃଷ୍ଟି କରିଛି ମାଣ୍ଡିଆ ।

nano urea

ଏହା ଏମିତି ଏକ ଲଘୁଶସ୍ୟ ଯାହା ଭରପୁର ପ୍ରୋଟିନ , ମିନେରାଲସ , କ୍ୟାଲସିୟମ ଓ ଫସଫରସ ,ଆଇରନ ପରି ୁପାଦାନ ରହିଛି । ସାଧାରଣ ଚାଉଳ ଓ ଗହମରୁ ଆମକୁ ଯେଉଁ ଉପାଦାନ ବା ଶକ୍ତି ନ ମିଳେ ତାହ ମାଣ୍ଡିଆରୁ ମିଳିଥାଏ । ପୁରାତନ କାଳରୁ ସେଥିପାଇଁ ମାଣ୍ଡିଆର ରହିଛି ସ୍ୱତନ୍ତ୍ରତା । କେବଳ ରୋଗକୁ ପ୍ରତିରୋଧ କରିବା ନୁହେଁ ବରଂ ଏହା ଉଚ୍ଚ ରକ୍ତଚାପ , ମଧୁମେୟ ଓ ମେଦବହୁଳତା ପରି ରୋଗ ମାନଙ୍କର ଉପଶମ ଦିଗରେ କାର୍ଯ୍ୟକ ରେ । ମାଣ୍ଡିଆର ଗ୍ଲାଇସେମିକ ଇଣ୍ଡେକ୍ସ କମ୍‌ ଥିବାରୁ ଏହା ବଙ୍ଗବଚ୍ଚ ଗ୍ଲୁକୋଜକୁ ନିୟନ୍ତ୍ରଣ କରେ । ଶରୀରରେ କୋଲେଷ୍ଟରଲ କୁ ନିୟନ୍ତ୍ରଣ କରେ । ମହିଳା ତଥା ଶିଶୁ ତଥା ବୟସ୍କ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ଭାବରେ କାମ କରେ । ଏକ ସ୍ୱାସ୍ଥ୍ୟ ସମୃଦ୍ଧ ସମାଜରେ ମାଣ୍ଡିଆ ଏବେ ସମସ୍ତଙ୍କର ପ୍ରଥମ ପସନ୍ଦ ।

Leave A Reply

Your email address will not be published.

thirteen + six =