ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଖୁସି ଖବର

0

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର । ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତ । ଏହି ପର୍ଯ୍ୟାୟରେ ୮ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀ ମାନଙ୍କୁ ବୋନସ୍‌ ଓ ପ୍ରୋତ୍ସାହନ ମିଳିବା ସହ ଉପକୃତ ହୋଇପାରିବେ । ଏହା ୨୦୨୨ ଶସ୍ୟ ବର୍ଷରେ ସର୍ବକାଳୀନ ରେକଡର଼୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ଜୀବନ ଜୀବିକାରେ ଉନ୍ନତି ଆଣିପାରିବ । ଏହି ସହାୟତା ରାଶି ଜୁଲାଇ ମାସରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

Leave A Reply

Your email address will not be published.

6 + 5 =