ଭୋକର ଭୂଗୋଳ ଆଜି ଭାତହାଣ୍ଡି – ମୁଖ୍ୟମନ୍ତ୍ରୀ

0

ପଛୁଆ ଅଂଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଆସୁଛନ୍ତି । ତେବେ ଏ ଦିଗରେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷୀତ ଇନ୍ଦ୍‌୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଲୋକାର୍ପଣ ପରେ କଳାହାଣ୍ଡି ଜିଲ୍ଲାର ୩୧୦ ପଂଚାୟତର ୫୦ହଜାର ଚାଷୀ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ସମସ୍ତଙ୍କ ଭାତହାଣ୍ଡି ହୋଇଛି । ଏହା ସହିତ ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏ ଜିଲ୍ଲା ଏବେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଛି । ଦଶଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛି,କଳାହାଣ୍ଡି ଏକାକୀ ସେତିକି ଚାଉଳ ଯୋଗାଉଛି ବୋଲି ମଖ୍ୟମନ୍ତ୍ରୀ କହିଛନ୍ତି । କଳାହାଣ୍ଡିର ଚାଷୀ ମାନଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ପ୍ରଗାଢ଼ ଆତ୍ମବିଶ୍ୱାସ ହିଁ ଏହାର ମୁଖ୍ୟ ମାନଦଣ୍ଡ । ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦କୋଟି ଟଙ୍କା ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏହା ସହ ଜିଲ୍ଲାରେ ଜଳସେଚନ ସୁବିଧା ତିନି ଗୁଣା ବୃଦ୍ଧି ପାଇଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଛି । ଏସବୁ ଭିତରେ କଳାହାଣ୍ଡି ଆଉ ଗରିବୀର ପରୀକ୍ଷାଗାର ନୁହେଁ ବରଂ ବିକାଶର ମଡେ଼ଲ ବୋଲି ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

-ରୂପାଲି ମହାପାତ୍ର

nano urea

Leave A Reply

Your email address will not be published.

fifteen − 8 =