କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ

0

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବା ସହ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ର ମୁଖ୍ୟବନ୍ଧ ବିଭାଗ, ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲା ତଥା ବିଜେପୁର, ବରପାଲି ଓ ସୋହେଲା ବ୍ଲକ ର ଜମିକୁ ଜଳସେଚିତ ହେବା ସହ ବର୍ଷା ଉପରେ ନିର୍ଭର କରୁଥିବା ବରଗଡ଼ ଜିଲ୍ଲାର ଚାଷୀ ଏବେ ଏହି ପ୍ରକଳ୍ପ ଜରିଆରେ ଉପକୃତ ହେବେ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଜଣାଯିବ । ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବେ ବୋଲି ଜଳସେଚନ ବିଭାଗ ଜଣାଇଛି । ତେବେ, ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ହୋଇସାରିଛି । ସୂଚନା ପାଇବା ପରେ ବରଗଡ ଜିଲ୍ଲାର ଚାଷୀ ମାନେ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

fourteen + nine =