ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ଫସଲ ପରିଚାଳନା ପରାମର୍ଶ

0

ଲଘୁଚାପ ଏବଂ ତତଜନିତ ଅଦିନିଆ ବର୍ଷା ହେବାର ସମ୍ଭାବନା ଯୋଗୁ ଫସଲ ପରିଚାଳନା କିମ୍ବା ସୁରକ୍ଷା ସଂପର୍କରେ, ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ, ବିଭାଗୀୟ ଅଧିକାରୀ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ଓୟୁଏଟିର ବୈଜ୍ଞାନିକ ମାନଙ୍କ ସହିତ ମିଶି ଏକ ଜରୁରୀକାଳୀନ ବୈଠକ ଡାକି ଚାଷୀମାନଂକୁ ପରାମର୍ଶ ସୂଚନା ପ୍ରଦାନ କରିଛନ୍ତି ।ଆସନ୍ତା ୧୫ ରୁ ୧୮ ତାରିଖ ମଧ୍ୟରେ ବର୍ଷାର ସମ୍ଭାବନା ଥିବାରୁ ଫସଲ ପରିଚାଳନା ପାଇଁ ନିମ୍ନୋକ୍ତ ପରାମର୍ଶ ପ୍ରଦାନ କରାଯାଉଅଛି ।

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ –

ଧାନ :
ବର୍ଷା ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥବା ଧାନକୁ କାଟି ସୁରକ୍ଷିତ କରନ୍ତୁ ।
କଟା ହୋଇଯାଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ପାଲ କିମ୍ବା ପଲିଥିନ ଘୋଡାଇ ରଖନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।
ବର୍ଷା ଛାଡିଗଲା ପରେ ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋକ୍ରୀନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୀନ) ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ ।

ମାଣ୍ଡିଆ :
ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ କାଟି ସୁରକ୍ଷିତ ରଖନ୍ତୁ।

nano urea

ପନିପରିବା :
ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥ‌ିବା ଅଞ୍ଚଳରେ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ କରନ୍ତୁ ନାହିଁ । ବର୍ତମାନ ମୂଳା, ବିନ୍ସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ଅମଳ କରି/ ତୋଳି ବିକ୍ରୟ କରନ୍ତୁ । ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ ।
ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥାଏ, ତେଣୁ ପ୍ରତି ୧୦ ଲିଟର ପାଣିରେ ୧,୫ ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ ଓ ୨୦ ଗ୍ରାମ (ମେଟାଲିକ୍ସଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଞ୍ଚନ କରନ୍ତୁ ।
ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିଥିଲେ , ଏକର ପ୍ରତି ୩୦୦ ମି.ଲି. ଲାମ୍ବଡା ସାଇହାଲୋଥ୍ରୋନ ୪.୯ ସି.ଏସ. କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ । ପରବର୍ତୀ ଅବସ୍ଥାରେ ଏକର ପ୍ରତି ୭୦ ମି.ଲି. ଫୁବେଣ୍ଡିଆମାଇଡ ୩୯.୩୫ ଏସ.ସି. କିମ୍ବା ୮୦ ଗ୍ରାମ ଇମାମେକ୍ସିନ ବେଞ୍ଜୋଏଟ କୀଟନାଶକ ଔଷଧ ସିଞ୍ଚନ କରନ୍ତୁ ।
ଆଳୁ ବିହନ ଲାଗିଥିଲେ ବର୍ଷାର ପରିମାଣକୁ ଦେଖି ସାମୟିକଭାବେ ସ୍ଥଗିତ ରଖନ୍ତୁ ଏବଂ ଲଗାଯାଇଥିବା ଜମିରେ ନାଳି କାଟି, ନାଳି ମୁହଁ ଖୋଲା ରଖନ୍ତୁ ।

ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କ ପାଇଁ –

ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।
ଖରିଫ ଧାନ ୮୫ଭାଗ ପାଚି ଯାଇଥୁଲେ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।
ଧାନ କାଟି ବିଲରେ ସୁଖାନ୍ତୁ ନାହିଁ ।

କପା :
ଅମଳ ଉପଯୋଗୀ କପା ଫସଲକୁ ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ।

ଡାଲିଜାତୀୟ ଫସଲ :
ମୁଗ, ବିରି ଆଦି ଫସଲ ଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରନ୍ତୁ । ଏବଂ ବର୍ଷା ପରେ ରୋଗପୋକ ସର୍ବେକ୍ଷଣ କରି ଉପଯୁକ୍ତ ନିରୋଧକ ଔଷଧ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.

6 + 14 =