ଉନ୍ନତକୃଷି-ଯନ୍ତ୍ରପାତି ପ୍ରଦର୍ଶନୀ ମେଳା ଓ କୃଷକ ତାଲିମ ଶିବିର ।

0

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଅଧୀନରେ କାର୍ଯ୍ୟରତ ପଶୁକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ର ମିଳିତ ଆନୁକୁଲ୍ୟରେ ୪ ମାର୍ଚ୍ଚ ୨୦୨୨ ରିଖ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ନାଥୁଆ ଗ୍ରାମ ଠାରେ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ଓ କୃଷି କ୍ଷେତ୍ରରେ ପ୍ରୟୋଗାତ୍ମକ ନିମନ୍ତେ ଏକ କୃଷକମେଳା ର ଆୟୋଜିତ ହୋଇଥ୍‌ଲା।ଏହି ମେଳାରେ ଶ୍ରୀ ଅଂଶୁମାନ ପଟ୍ଟନାୟକ- ଢେଙ୍କାନାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ,କେନ୍ଦ୍ର ର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡଃ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ ବିଜ୍ଞାନ ବିଭାଗ ବୈଜ୍ଞାନିକ ଶ୍ରୀ ଦିବ୍ୟସୁନ୍ଦର କର ଓ ଜିଲ୍ଲା ର ବହୁ ଅଂଚଳରୁ ନିମନ୍ତ୍ରିତ କୃଷକ ଭାଇ ଭଉଣୀ ଯୋଗଦାନ କରିଥିଲେ। ପ୍ରକଳ୍ପ ପକ୍ଷରୁ ବିକଶିତ କରାଯାଇଥିବା ଓୟୁଏଟି ଉନ୍ନତ ଜୁଆଳି,ବଳଦଟଣା ମୋଡପତ୍ର ଲଂଗଳ, କାଦୁଅ କରିବା ଯନ୍ତ୍ର, ପାଂଚ ଧାଡିଆ ବିବିଧ ମଂଜି ଓ ସାରବୁଣା ଯନ୍ତ୍ରପାତି ର ଛାୟାଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ରଖୁଥୁଲେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ଓ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଙ୍କୁ ବଳଦଟଣା କୃଷି ଯନ୍ତ୍ରପାତି ବ୍ୟବହାର କରି ଅଳ୍ପ ଆର୍ଥିକ ରାଶି ବ୍ୟୟରେ ଅଧିକ ଆୟ କରି ଲାଭବାନ ହେବାର ପନ୍ଥା ଦେଖାଇଥିଲେ ଡଃ ବିମଳେନ୍ଦୁ ମହାନ୍ତି। ଜୈବିକ କୃଷି ର ଗୁରୁତ୍ବାରୋପ ଓ ବଳଦଟଣା ଯନ୍ତ୍ରପାତି ର କୃଷି କାର୍ଯ୍ୟ ରେ ବ୍ୟବହାର ନିମନ୍ତେ ସହାୟତା କରିବାକୁ ଶ୍ରୀ ଅଂଶୁମାନ ପଟ୍ଟନାୟକ କୃଷକ ମାନଙ୍କୁ କହିଥିଲେ। ପ୍ରକଳ୍ପ ପକ୍ଷରୁ ରିହାତି ଦରରେ ଉନ୍ନତ ଯନ୍ତ୍ରପାତି ଯୋଗାଣ କରି କୃଷକ ମାନଙ୍କୁ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ଯୋଜନା କରାଯାଇଅଛି।ଚାଷୀ ମାନେ ଏହି ଯନ୍ତ୍ରପାତି ବ୍ୟବହାର କରି କୃଷକ ମାନେ ଅଧିକ ରୁ ଅଧିକ ଲାଭବାନ ହୋଇପାରିବେ । ବିଗତ ବର୍ଷ କୋରନା ମହାମାରୀ କୁ ପରିଲକ୍ଷିତ କରି ବହୁ ନଭସଂଚାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ସରକାରୀ କୋଭିଡ ମାର୍ଗଦର୍ଶିକା କୁ ଅନୁସରଣ କରି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥୁଲା। ଆୟୋଜିତ କାର୍ଯ୍ୟକ୍ରମ ବୈଜ୍ଞାନିକ, ବିଶେଷଜ୍ଞ,କୃଷକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ସଦାସର୍ବଦା କୃଷକ ମାନଙ୍କ ହିତସାଧନ ଉଦ୍ୟମ ଦିଗ ଦେଖାଇବା ପ୍ରକଳ୍ପ ର ମୁଖ୍ୟ ଲକ୍ଷ୍ୟ ।

nano urea

ବିଶୁବାବୁ(ଶ୍ୟାମଳ ସୁବର୍ଣ୍ଣ)

Leave A Reply

Your email address will not be published.

five × four =