ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ରାଶି

ଆଜି ପବିତ୍ର ନୂଆଖାଇ ପର୍ବ। ସାରା ଓଡ଼ିଶା ପାଇଁ ଏହା ଏକ ଭାଇଚାରାର ପର୍ବ। ମନ ଭିତରୁ ରାଗ ଦ୍ୱେଷ ଛାଡ଼ି ପ୍ରେମ ପ୍ରଣୟ କୁ ଅନୁଭବ କରିବାର ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଚାଷୀ ମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କରିବେ। ରାଜ୍ୟର ୪୪ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା। ଏଥିରେ ଉପକୃତ ହେବେ ଭୂମିହୀନ,କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏଥିରେ ଚାଷୀଙ୍କ ବ୍ୟାଙ୍କ ଖାତା କୁ ଦୁଇ ହଜାର ଟଙ୍କା ଲେଖାଏଁ ଦିଆଯିବ। ମୋଟ ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×