ସ୍ୱାବଲମ୍ବୀ ମହିଳା , ସଶକ୍ତ ଓଡ଼ିଶା

0

ମହିଳାମାନେ ଯେ କେବଳ ଘରର ଚାରି କାନ୍ଥ ଭିତରେ ରହି ଜୀବନ ଜିଇଁବାର ସ୍ବପ୍ନ ଦେଖନ୍ତି , ସେକଥା ଏବେ ଭୁଲ ପ୍ରମାଣିତ ହୋଇଛି । ମହିଳା ମାନେ ଆଜି ସଶକ୍ତ ହେଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାର କରି ସକ୍ଷମ ହୋଇ ପାରିଛନ୍ତି । ନିଜ ହାତ ମୁଠାକୁ ଶକ୍ତ କରି ଆଜି ସେମାନେ ସଫଳତାର ଗାଥା ଗାଉଛନ୍ତି । ଜେ.ଏସ.ଡବ୍ଲ୍ୟୁ ଦ୍ୱାରା ଆଜି ଜଗତସିଂପୁର ଜିଲ୍ଲାର ପାଟଣ ଗାଁର ମହିଳା ମାନେ ଆଜି ଛତୁ ଚାଷକୁ ଆପଣେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପାଳଛତୁ ଓ ବଟନଛତୁ ଚାଷ କରି ଆଜି ସେମାନେ ଅନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେଇପାରୁଛନ୍ତି । ଏହି ମହିଳା ମାନେ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଚନ୍ତି । ସେମାନଙ୍କ ଆତ୍ମନିର୍ଭରଶୀଳତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା । ଛଅଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ପ୍ରଚେଷ୍ଟାରେ ସଶକ୍ତ ହୋଇପାରିଛନ୍ତି । ଆମ ଓଡ଼ିଶା ଆଜି ମହିଳାଙ୍କ ସଫଳତାରେ ଶତମୁଖ ।

Leave A Reply

Your email address will not be published.

18 − five =