ପୋଟଳ ଚାଷ କରି ଲକ୍ଷପତି ହେଲେ ଚାଷୀ

0

ଋତୁ ପରିବର୍ତ୍ତନ ହୋଇ ଶୀତ ଋତୁ ହୋଇଛି । ମୁଖ୍ୟତଃ ଧାନ ଚାଷ ହେବା ପରେ ଏହି ସମୟରେ ଅମଳ ହୋଇଥାଏ ଏବଂ ଚାଷୀମାନେ ଚାଷ ଜମିକୁ ପଡିଆ ନ ପକାଇ ଅନ୍ୟ ଚାଷ ମଧ୍ୟ କରିଥାନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାର ବୁଡ଼ାବାହାଲ ଗ୍ରାମ ର ଚାଷୀ ମାନେ ୬୦ ଏକର ଚାଷ ଜମିକୁ ପଡିଆ ନ ପକାଇ ପୋଟଳ ଚାଷ କରିବାର ପ୍ରୟାସ କରିଛନ୍ତି ଏବଂ ପ୍ରଚୁର ପରିମାଣରେ ପୋଟଳ ମଧ୍ୟ ଦେଖିବାକୁ ମିଳିଛି ।

nano urea

ଚାଷୀ ମାନଙ୍କ ମତରେ ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ ଫସଲ ହୋଇଥିବାରୁ ସେମାନେ ବହୁତ୍ ଖୁସି ଅଛନ୍ତି। ସେମାନଙ୍କର ବାର୍ଷିକ ଆୟ ହାରାହାରି ୬୦ ଲକ୍ଷ ହୋଇଥାଏ ବୋଲି ସେ ଜଣାଇଛନ୍ତି । ଗ୍ରାମର ୧୦୨ ଟି ପରିବାର ଏହି ପୋଟଳ ଚାଷ କରୁଛନ୍ତି । ଆଗରୁ ଏହି ଗ୍ରାମରେ ଧାନ ଚାଷ କରିବା ପରେ ଚାଷୀ ମାନେ ଖାଲିରେ ବସିରହୁଥିଲେ କିମ୍ବା ଅନ୍ୟ ବେପାର ଖୋଜୁଥିଲେ କିନ୍ତୁ ବର୍ତ୍ତମାନ ଅନ୍ୟାନ୍ୟ ଚାଷ କରି ମୁଖ୍ୟତଃ ପୋଟଳ ଚାଷ କରି ସେ ଲାଭବାନ ହେଉଛନ୍ତି ବୋଲି ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ” ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ୨ ” ମାଧ୍ୟମରେ ଏହି ପୋଟଳ ଚାଷ ପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇବା ପରେ ୧୪ ଟି ସ୍ଵଂୟ ସହାୟୀକା ଗୋଷ୍ଠୀ କୁ ଋଣ ପ୍ରଦାନ କରାଯାଇଛି । ଚାଷୀ ଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ସହ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ପ୍ରଦାନ କରାଯାଇଛି। ଚାଷୀ ମାନେ ପୋଟଳ ଚାଷ କରି ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ମଧ୍ୟ କରିଥାନ୍ତି । ଚାଷ ମାଧ୍ୟମରେ ସେମାନେ ନିଜର ଏବଂ ପରିବାରର ପେଟ ମଧ୍ୟ ପୋଷିପରୁଛନ୍ତି ବୋଲି ସେମାନେ ଜଣାଇଛନ୍ତି ।

Leave A Reply

Your email address will not be published.

four × 5 =