କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଓ ଗ୍ରାମାଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: କୃଷି ମନ୍ତ୍ରୀ

0

ରାଜ୍ୟରେ କୃଷି ଉଦ୍ୟୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ହେୁଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପ୍ରମୁଖ ଲକ୍ଷ୍ୟ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଓ ଗ୍ରାମାଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଏ ଦିଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାର୍ଗଦର୍ଶିକାରେ ମଧ୍ୟ ସଂଶୋଧନ କରାଯାଇଛି । ମାନ୍ୟବର ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କୃଷି ବିଭାଗ ତରଫରୁ ଜାରି ସଂଶୋଧିତ ସଂକଳ୍ପରେ ଉଦ୍ୟାନ କୃଷି କ୍ଷେତ୍ରରେ କୃଷି ଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାର ଓ ସୋ÷ର ଶୀତଳ ଭଣ୍ଡାର ପ୍ରତିଷ୍ଠାକୁ କୃଷି ଉଦ୍ୟୋଗରେ ସାମିଲ କରାଯାଇଛି । କୃଷି କ୍ଷେତ୍ରରେ ସ୍ପିରୁଲିନା ଚାଷକୁ କୃଷି ଉଦ୍ୟୋଗ ଭାବରେ ପରିଗଣିତ କରାଯିବ । ଏହା ସହ ୪୦ ଏଚପି ପର୍ଯ୍ୟନ୍ତ ଟ୍ରାକ୍ଟର ନିମନ୍ତେ ପୁଂଜିନିବେଶ ରିଆତି ୧ ଲକ୍ଷ ୨୦ ହଜାର ଟଙ୍କା ଓ ୪୦ ଏଚପି ରୁ ଅଧିକ ଟ୍ରାକ୍ଟର ନିମନ୍ତେ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା କରାଯାଇଛି । ଆନ୍ତବିଭାଗୀୟ କ୍ଷେତ୍ରରେ ଜଡ଼ା , ପାଳୁଅ. ଅର୍ଜ୍ଜୁନ ଓ ଅସନ ଭିତ୍ତିକ ରେଶମପରିଚାଳନା ପାଇଁ ବୟନ କ୍ଷେତ୍ରକୁ କୃଷି ଉଦ୍ୟୋଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା ନିମନ୍ତେ ରାଜ୍ୟସ୍ତରୀୟ କମିଟିରେ ନାବାଡର଼୍ ସିଜିଏମ୍‌ ଓ ଏସଏଲବିସିର ଆବାହକ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ରାଜ୍ୟରେ କୃଷି ଉଦ୍ୟୋଗୀ ମାନଙ୍କ ଆୟ ବଢ଼ିଛି ବୋଲି ବିଭାଗ ତରଫରୁ କୁହାଯାଇଛି ।

Leave A Reply

Your email address will not be published.

16 + fifteen =