ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା

0

ଆମ ରାଜ୍ୟ ସମଗ୍ର ଦେଶରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁବିଦିତ । ଶସ୍ୟ ଜାତୀୟ ତଥା ଉଦ୍ୟାନକୃଷି ଜାତୀୟ ଫସଲ ଉତ୍ପାଦନ କରି ଚାଷୀଭାଇମାନେ ନିଜର ଜୀବିକା ପ୍ରତିପୋଷଣ କରିଥାନ୍ତି । ରାଜ୍ୟର ପ୍ରମୁଖ ଅର୍ଥକାରୀ ଫସଲ ଭାବେ ଆଖୁ ବହୁସ୍ଥାନରେ ଚାଷ କରାଯାଏ । ଆଖୁ ଫସଲରେ ସମସ୍ୟା ସୃଷ୍ଟି କରୁଥିବା ପୋକ ମାନଙ୍‌କ ମଧ୍ୟରେ ସଅଳ କାଣ୍ଡବିନ୍ଧା ପୋକ ଅନ୍ୟତମ ।
ଜୀବନଚକ୍ର- ଧୂସର ରଙ୍ଗର ପୋକର ଆଗ ଡେ଼ଣାରେ କଳାବିନ୍ଦୁ ଥାଏ ଓ ପଛ ଡେ଼ଣାଟିଧଳା ଥାଏ । ସ୍ତ୍ରୀ ପୋକଟି ପତ୍ରର ତଳ ଭାଗରେ ମେଂଚା କରି ଅଣ୍ଡା ଦେଇଥାଏ ଯାହା ମଧ୍ୟରୁ ୪-୬ ଦିନ ପରେ ଶୁକ ନିର୍ଗତ ହୁଏ।ଶୁକଟି ଦେଖିବାକୁ ଇଷତ ଧଳା ଓ ତା ଉପରେ ଦାଗ ଥାଏ । ମୁଣ୍ଡଟି କଳା ବା ମାଟିଆ ହୋଇଥାଏ । ୨୦-୩୦ ଦିନ ପରେ ଶୁକ ଗୁଡ଼ିକ ପ୍ୟୁପାରେ ପରିଣତ ହୋଇଥାଏ ।
କ୍ଷତି– ଫସଲ ୧ରୁ ତିନି ମାସର ହୋଇଥିଲେ ଏହି ପୋକର ପ୍ରାଦୁର୍ଭାବ ବେଶୀ ହୋଇଥାଏ । ଶୁକ ଗୁଡ଼ିକ କାଣ୍ଡକୁ କଣା କରି ଏହାର ଭିତର ଅଂଶକୁ ଖାଇ ନଷ୍ଟ କରିଦିଅନ୍ତି । ଏହି କଣା ସାଧାରଣତଃ ଭୂମିରୁ କିଛି ଅଂଶ ଛାଡ଼ି ହୋଇଥିବାର ଲକ୍ଷ୍ୟ କରାଯାଏ । ଏହା ଫଳରେ ଗଛ ବି ଶୁଖିଯାଏ ଓ ମରିଯାଏ ।
ନିୟନ୍ତ୍ରଣ-
ଅତ୍ୟଧିକ ଆକ୍ରମଣ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଫସଲର କ୍ଷତି ପରିବର୍ତ୍ତେ ଅଧିକ ପିଲ ବାହାରିବାରେ ସହାୟକ ହୁଏ । ଜମିକୁ ଭଲ ଭାବରେ ହଳ କରିଥିଲେ ଭଲ । ଏହା ଦ୍ୱାରା ମାଟିରେ ଥିବା ପୋକର ବିଭିନ୍ନ ଅବସ୍ଥା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯାଏ । ଅନ୍‌ଃଫସଲ ଭାବେ କିଆରୀ ପିଆଜ , ରସୁଣ ବା ଧନିଆ ଲଗାନ୍ତୁ । ଠିକ ଭାବେ ଜଳସେଚନ କରନ୍ତୁ । ହେକ୍ଟର ପ୍ରତି ୪ଟି ଆଲୋକ ଯନ୍ତା ବ୍ୟବହାର କରନ୍ତୁ । ଜୈବିକ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୫୦୦୦୦ ଟ୍ରାଇକୋଗ୍ରାମା ପରାଶ୍ରୟା କୀଟ ୧୦ଦିନ ଅନ୍ତରରେ ୫-୬ ଥର ଛାଡ଼ିଲେ ସୁଫଳ ମିଳିଥାଏ । ସର୍ବଶେଷରେ ପୋକ ନିୟନ୍ତ୍ରଣ କରିବା ଉପରୁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

nano urea

ଭୁବନାନନ୍ଦ ଅଧିକାରୀ , ସହକାରୀ ପ୍ରାଧ୍ୟାପକ , ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର

Leave A Reply

Your email address will not be published.

six + 12 =