ବାୟୋଫ୍ଲକ ଖାଦ୍ୟ ଜରିଆରେ ସାମୁଦ୍ରିକ ଚିଙ୍ଗୁଡ଼ିର ପୋଷଣ ସନ୍ତୁଳନ

0

ସାଧାରଣତଃ ସାମୁଦ୍ରିକ ଚିଙ୍ଗୁଡ଼ିର ବୃଦ୍ଧି ନିମନ୍ତେ ଅଧିକାଂଶ ଗବେଷଣା ଘରୋଇ ପଦ୍ଧତି ଜନ୍ମିତ ଅଂଣୁଜୀବାଣୁ ବ୍ୟବହାର କରି ହୋଇଥାଏ । ଯାହାହେଉ ଏଇ ଘରୋଇ ପର୍ଯ୍ୟବେଶିତ ପ୍ରଣାଳୀ ଅଣୁଜୀବାଣୁ ଏବଂ ଶ÷ବାଳ ମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଅତିରିକ୍ତ ଅମ୍ଳଜାନ ଦରକାର ହୋଇଥାଏ । ଏତଦବ୍ୟତୀତ ସାମୁଦ୍ରିକ ଚିଙ୍ଗୁଡ଼ି ମଧ୍ୟ ଅଣୁଜୀବାଣୁ ଶୈବାଳ ମାନଙ୍କ ସହ ଆବଶ୍ୟକୀୟ ଅମ୍ଳଜାନ ଦରକାର । ଏଇ ପଦ୍ଧତି ସାଧାରଣତ ଉପାୟରେ ହେଉଥିବା ସାମୁଦ୍ରିକ ଚିଙ୍ଗୁଡ଼ି ଚାଷ ପ୍ରଣାଳୀ ଅପେକ୍ଷା ଅଧିକ ଅମ୍ଳଜାନ ଆବଶ୍ୟକ କରିଥାଏ । ଯାହା ଫଳରେ ଏହା ଅମ୍ଳଜାନ ଦ୍ରବିଭୂତ ପ୍ରଣାଳୀର ଖର୍ଚ୍ଚକୁ ଦୂରୀଭୂତ କରିଥାଏ । ଏହାପରେ ମଧ୍ୟ ବୟୋଫ୍ଲୋକ ପ୍ରଣାଳୀରେ ଉପଯୁକ୍ତ ଖାଦ୍ୟ ଉପଯୋଗ ଚାଷ ହେଉଥିବା ଜଳଗୀବମାନଙ୍କର ଚାରି ଖାଇବା ନୀତି ଉପରେ ନିର୍ଭରଶୀଳ ଥାଏ । ବର୍ତ୍ତମାନ ଯୁଗରେ ବୈଜ୍ଞାନିକ ମାନେ ବାୟୋଫ୍ଲୋକ କୌଶଳକୁ ଜଳଜୀବ ମାନଙ୍କର ପୋଷଣ ତତ୍ତ୍ୱରେ ଖାଦ୍ୟ ଶୃଙ୍ଖଳ ଭାବରେ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଦେଖାଯାଉଛି ଯେ ସାମୁଦ୍ରିକ ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ଖାଦ୍ୟରେ ଫିସ୍‌ ମିଲ ଏକ ମୁଖ୍ୟ ଉପାଦେୟର ଭୂମିକା ନେଉଛି । ଯେଉଁଥିପାଇଁ ବ୍ୟବହୃତ ମାଛ ଖାଦ୍ୟର ବଜାର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଣୁ ଉପଯୁକ୍ତ ପ୍ରୋଟିନ୍‌ ପରିମାଣକୁ ବଢ଼ାଇ ରଖି ଏକ ବିକଳ୍ପ ପ୍ରୋଟିନ୍‌ର ଉତ୍ସ ଖୋଜି ପାଇବ । ଜଳଜୀବ ପାଳନ ଶିଳ୍ପ ଆଜି ଏକ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ । ଗବେଷଣାରୁ ଜଣା ପଡ଼ିଛି ସୋୟାବିନ୍‌ ଜାତୀୟ ପଦାର୍ଥ ଫିସ୍‌ ମିଲକୁ ପୁନଃ ସ୍ଥାପନ କରେ ଯାହାକି ପ୍ରୋଟିନ୍‌ ଓ ଖଣିଜ ଲବଣରେ ଭରପୁର ଅଟେ ଏବଂ ଚିଙ୍ଗୁଡ଼ି ମାନଙ୍କର ଏକ ପ୍ରମୁଖ ଖାଦ୍ୟ ଅଟେ ।

ପ୍ରାଣୀମାନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ନାଇଟ୍ରୋଜେନ ମୁଖ୍ୟତଃ ଅମିନୋ ଏସିଡ଼୍‌ ଦ୍ୱାରା ଗଠିତ ହୋଇଥାଏ ଯାହାକି ପ୍ରୋଟିନ୍‌ ଓ ବାୟୋମାସରସନ୍ତୁଳନରେ ସାହାଯ୍ୟ କରେ । ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି ଯେ ବାୟୋଫ୍ଲକ ମୁଖ୍ୟତଃ ପ୍ରୋଟିନ୍‌, କାର୍ବୋହାଇଦ୍ରାଟେ ଏବଂ ଜୀବାଶ୍ମରେ ଗଠିତ ହୋଇଥାଏ ଯାହାକି ଜଳଗୀବ ମାନଙ୍କର ଏକ ପ୍ରମୁଖ ଖାଦ୍ୟ ।
ବାୟୋଫ୍ଲୋକରେ ମୁଖ୍ୟତଃ ଫ୍ୟାଟି ଏସିଡ଼୍‌ ଥାଏ ଯାହାକି ଚିଙ୍ଗୁଡ଼ି ମାନଙ୍କର ପୋଷକତ୍ତ୍ୱ ଗ୍ରହଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଚିଙ୍ଗୁଡ଼ିମାନଙ୍କର ଅନ୍ତର୍ଦେଶୀୟ ବିଭାଜନରେ ବାୟୋଫ୍ଲୋକ ପ୍ରଯୁକ୍ତି ବିଦ୍ୟା ମୁଖ୍ୟତଃ ନାଇଟ୍ରୋଜେନ ଓ ଫସଫରସ୍‌ ଯଥାକ୍ରମେ ୭୦ ଓ ୬୬ ଶତକଡ଼ା ବଢ଼ାଇ ଥାଏ । ଏ ଡି ସିର ପରିମାଣ କମିବା ସହିତ ପୋଷକତ୍ତ୍ୱ ମାନଙ୍କର ଆବଶ୍ୟକତା ମଧ୍ୟ କମିଥାଏ । ଏହା ପ୍ରଥମେ ବୈଜ୍ଞାନିକ ମାନଙ୍କ ଦ୍ୱାରା ଆବିଷ୍କାର କରାଯାଇଥିଲା ।
ଏଥି ସହିତ ବାୟୋଫ୍ଲୋକ କାର୍ବନ ଓ ନାଇଟ୍ରୋଜେନର ସନ୍ତୁଳିତ ଆଧାରକୁ ପ୍ରାଧ୍ୟାନ୍ୟ ଦେଇଥାଏ । ବାୟୋଫ୍ଲୋକ ମୁଖ୍ୟତଃ ବିଭିନ୍ନ ଅମିନୋଆସିଡ଼ ଯେପରିକି ମ୍ୟୁରାମିକ ଏସିଡ଼ ଫାଇଟୋଷ୍ଟେରୋଲ ଆଦି ଧାରଣ କରିଥାଏ । ଏହି ସକ୍ରିୟ ଉପାଦାନ ଗୁଡ଼ିକ ଜଳଜୀବ ମାନଙ୍କର ବୃଦ୍ଧି ଘଟାଇଥାଏ । ଏଥି ସହିତ ଏହା ମଧ୍ୟ ସାମୁଦ୍ରିକ ଚିଙ୍ଗୁଡ଼ି ମାନଙ୍କର ଉତ୍ତମ ଗୁଣବତା ରକ୍ଷା କରେ । ଏହି ଉପାଦାନ ଗୁଡ଼ିକ ଉତ୍ତମ ପ୍ରକ୍ରିୟାରେ ସାହାଯ୍ୟ କରୁଥିବା ଏଞ୍ଜାଇମ୍‌ ଗୁଡ଼ିକୁ ସକ୍ରିୟ କରିବା ସହିତ କୋଷଗୁଡ଼ିକୁ ଜୀବାଣୁ ଆକ୍ରମଣରୁ ରକ୍ଷା କରିଥାଏ।ଏବର ସମୟରେ ସାମୁଦ୍ରିକ ଚିଙ୍ଗୁଡ଼ି ମାନଙ୍କର ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହା କେବଳ ବୟୋଫ୍ଲୋକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ସେ ଏହା ଦର୍ଶାଇଥିଲେ ଯେ ବାୟୋଫ୍ଲୋକ ୭୫ ରୁ ୮୦ ଶତକଡ଼ା ପ୍ରୋଟିନ୍‌ ଏବଂ ପୋଷାକତ୍ତ୍ୱ ଧାରଣ କରିଥାଏ । ଜଳଜୀବମାନଙ୍କ ଖାଦ୍ୟରେ ପ୍ରୋଟିନ୍‌ର ପରିମାଣ ମୁଖ୍ୟତଃ ଅମିନୋଆସିଡ଼୍‌ର ପରିମାଣ ଉପରେ ନିର୍ଭର କରିଥାଏ । ଏହି ବାୟୋଫ୍ଲୋକ ପ୍ରଯୁକ୍ତିବିଦ୍ୟା ଦେଖାଏ ଯେ ଜଳଜୀବ ବିଜ୍ଞାନ ଉତ୍ପାଦନ ବୃଦ୍ଧିହେବା ସହିତ ପରିବେଶ ଉପରେ ପଡ଼ୁଥିବା ଅନାବଶ୍ୟକ ବ୍ୟବସ୍ଥାର ହ୍ରାସ ଘଟେ ।

nano urea

ବୟୋଫ୍ଲୋକରେ ଥିବା ପୋଷକତ୍ତ୍ୱ ମୁଖ୍ୟତଃ ଚିଙ୍ଗୁଡ଼ିମାନଙ୍କର ପ୍ରଧାନ ଖାଦ୍ୟ ଭାବେ ବ୍ୟବହୃତ ହୁଏ । ଏକ ପୋଷକତ୍ତ୍ୱ ସର୍ଭେରୁ ଜଣାପଡ଼ିଛି ଯେ ବାୟୋଫ୍ଲୋକରେ ୧୨୦ ଗ୍ରାମ/କେଜି ପ୍ରୋଟିନ୍‌ ଏବଂ ପ୍ୟାଟିଆସିଡ଼ ୨୦ ଗ୍ରାମ/କେଜି ଥାଏ । ବୟୋଫ୍ଲୋକ ମୁଖ୍ୟତଃ ୨୯.୧% ନାଇଟ୍ରୋଜେନ ୩୯.୨% ଜୀବାଶ୍ମ ଏବଂ ୮.୩% ଫାଇବର, ୪.୭% ଫାଟିଆସିଡ଼୍‌ ଧାରଣ କରିଥାଏ । ଜୀବାଶ୍ମର ପରିମାଣ ଯେତେ ବୃଦ୍ଧି ପାଇଥାଏ ସାମୁଦ୍ରିକ ଚିଙ୍ଗୁଡ଼ିମାନଙ୍କର ବୃଦ୍ଧି ସେତେ ହୋଇଥାଏ । ୨୦ଟି ଆମିନୋଆସିଡ଼ ମଧ୍ୟରୁ ବାୟୋଫ୍ଲୋକ ମୁଖ୍ୟତଃ ୪ଟି ଫ୍ୟାଟିଆସିଡ଼କୁ ଗ୍ରହଣ କରିଥାଏ । ସେଗୁଡ଼ିକ ହେଉଛି ପଲମିଟିକ୍‌ ଏସିଡ଼୍‌, ଲିନୋଲେଇକ ଏସିଡ଼୍‌, ଓରେଇକ ଏସିଡ଼୍‌ ।

ବିଜ୍ଞାନ ମିହିର ରାଉତ , ଏମ.ଏସ୍‌. ସ୍ୱାମୀନାଥନ କୃଷି ବିଶ୍ୱ ବିଦ୍ୟାଳୟ, ପାରଳାଖେମୁଣ୍ଡି
ମୋ- ୭୯୭୮୧୯୬୮୩

Leave A Reply

Your email address will not be published.

four × 2 =