କୃଷି ଓଡ଼ିଶା ସମୟରେ ଏକ ଭିନ୍ନ ପ୍ରୟାସ ମାଧ୍ୟମରେ ବିଗତ ଦିନର ସ୍ମୃତିକୁ ଜାଗ୍ରତ କରିଥିଲା ‘ଡ଼ାକ୍ ରୁମ୍’

0

ପ୍ରଯୁକ୍ତିବିଦ୍ୟା ଓ ଟେକ୍ନୋଲୋଜୀର ଚମତ୍କାରିତାର ଜ୍ଵଳନ୍ତ ଉଦାହରଣ ତ ଆଜି ସମସ୍ତଙ୍କ ହାତର ଶୋଭା ସାଜିଛି ; ଯାହାର ନାମ ହେଉଛି ‘ସ୍ମାର୍ଟ୍ ଫୋନ୍’। କିନ୍ତୁ ଏହି ସ୍ମାର୍ଟ୍ ଫୋନ୍ ର ଅନ୍ଧାରୀ ଦୁନିଆରେ ମଣିଷ ହୃଦୟର ପ୍ରକୃତ ଭାବନା କେଉଁଠି ଉଭେଇଗଗଲାଣି । ଇ ମେଲ୍ , ଏସ୍ଏମ୍ଏସ୍ ର ଦୁନିଆରେ ହାତଲେଖା ଚିଠି ର ମହତ୍ତ୍ୱ କାହିଁ କୋଉଠି ଲୁଚିଗଲାଣି । ଏପରି ପରିସ୍ଥିତିରେ ହାତଲେଖା ପତ୍ର ର ଗୁରୁତ୍ୱକୁ ବଞ୍ଚାଇ ରଖିବାର ପ୍ରାୟାସ ନେଇ ମୁଣ୍ଡ ଟେକିଛି ଡ଼ାକ୍ ରୁମ୍ (daakroom) ।

nano urea

ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ବିଲୁପ୍ତପ୍ରାୟ ଚିଠିର ପ୍ରକୃତ ଗାଥାକୁ ଯୁବପିଢି ମାନଙ୍କ ପାଖରେ ବଞ୍ଚାଇ ରଖିବାର ଉଦ୍ୟମ କରୁଛନ୍ତି ଏହି ଡାକ୍ ରୁମ୍ ସଂସ୍ଥାର କର୍ମକର୍ତ୍ତାମାନେ । ଏହି ସଂସ୍ଥାର କୋ-ଫାଉଣ୍ଡର, ହରନେହମତ କୌର ଓ ଶିବାନୀ ମେହେଟା ଙ୍କ ମିଳିତ ଉଦ୍ୟମ ରେ ମନ ର ଅକୁହା କଥା ବ୍ୟକ୍ତ କରିବାର ସେହି ପୁରୁଣା ମାଧ୍ୟମ ପୁଣି ଜୀବନ୍ତ ହୋଇପାରିଛି । ସେମାନଙ୍କର ପ୍ରୟାସ ସଫଳତାର ସ୍ଵାଦ ଚାଖିଥିଲା ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ମିଲେଟ ମିଶନରେ । ସେହି କାର୍ଯ୍ୟକ୍ରମରେ ସେଠାରେ ଯୋଗଦାନ କରିଥିବା ଯୁବପିଢୀ ମାନଙ୍କୁ ସୁନ୍ଦର ସୁନ୍ଦର ପୋଷ୍ଟକାର୍ଡ ଯୋଗାଇ ଦିଆଯାଇଥିଲା, ଯେଉଁଥିରେ ସେମାନେ ନିଜର ହୃଦୟରୁ ଦୁଇପଦ ଲେଖିଥିଲେ ଚାଷୀ ଭାଇ ଓ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ । ଧନ୍ୟବାଦ ର ଏକ ଲହରୀ ଛୁଟିଥିଲା ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ଲେଖନୀରୁ କୃଷକ ଭାଇଭଉଣୀ ମାନଙ୍କର ହୃଦୟ ପର୍ଯ୍ୟନ୍ତ । ଏହି କାର୍ଯ୍ୟକ୍ରମର ସଫଳତା ପରେ ଏବର୍ଷ ଜନତା ମଇଦନରେ ଅନୁଷ୍ଠିତ କୃଷି ଓଡ଼ିଶା ୨୦୨୪ ରେ ସେମାନେ କିଛି କୃଷି ଭିତ୍ତିକ ପୋଷ୍ଟ କାର୍ଡ ର ବ୍ୟବସ୍ଥା କରିଥିଲେ । ଯେଉଁଥିରେ କୃଷି ଓଡ଼ିଶାରେ ଯୋଗଦେଇଥିବା କୃଷି ଭାଇ ଓ ଭଉଣୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅନେକ ଚିଠି ଲେଖିଥିଲେ । ଅନେକେ ସାଧୁବାଦ୍ ଦେବାସହ ଅନେକ ଚାଷୀ ନିଜର ଚାଷକ୍ଷେତର ଦରଦୀ କାହାଣୀ ବଖାଣିଥିଲେ ।

ଡ଼ାକ୍ ରୁମ୍ ର ଏହି ପ୍ରୟାସରେ ସେଠାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷ ସହଯୋଗର ହାତ ବଢ଼ାଇଥିଲେ ଏବଂ ପୋଷ୍ଟ କାର୍ଡ ଉପରେ ଜାହିର କରିଥିଲେ ନିଜ ନିଜ ମନର କଥା । ମନର ଆନ୍ତରିକ କଥା ଯାହା ମୋବାଇଲ୍ ଫୋନ୍ ର ଏସ୍ଏମ୍ଏସ୍ ରେ ସେ ବ୍ୟକ୍ତ କରିପାରିନଥିଲେ, ତାହା ସେଇ ରଙ୍ଗୀନ କାଗଜରେ ଅତି ସହଜରେ ଲେଖିହୋଇଯାଇଥିଲା । ବୃଦ୍ଧବ୍ୟକ୍ତି ଙ୍କ ପାଇଁ ଏହା ଏକ ବିଗତ ଦିନର ସ୍ମୃତିକୁ ଜାଗ୍ରତ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇତିହାସକୁ ବର୍ତ୍ତମାନରେ ଅନୁଭବ କରିବାର ଏକ ନିଆରା ଅନୁଭୁତି ସାଜିଥିଲା ।

Leave A Reply

Your email address will not be published.

17 + twenty =