ଶସ୍ୟ ସଂରକ୍ଷଣ-୧୧

0

ଅମୃତଭଣ୍ଡାରେ ଦହିଆ ପୋକ ପରିଚାଳନା

               ଧଳା ତୁଳା ପରି ଅଣ୍ଡାକୃତି ଆକାରର ଡେଣା ନଥିବା ଏହି ପୋକ ମାନେ ମେଞ୍ଚା ମେଞ୍ଚା ହେଇ କାଣ୍ଡ, ଫୁଲ, ଫଳ ଏବଂ ପତ୍ର ର ତଳ ପଟେ ଦେଖାଯାଆନ୍ତି | ଏମାନେ ବହୁତ ସକ୍ରିୟ ଏବଂ ସମ୍ବେଦନଶୀଳ ଅଟନ୍ତି । ଯଦିଓ କମ ସଂଖ୍ୟା ରେ ବିଶେଷ କ୍ଷତି ହେଇନଥାଏ ସଂଖ୍ୟାବୃଦ୍ଧି ହେଲେ ସମ୍ପୂର୍ଣ ଗଛଟି ପ୍ରଭାବିତ ହେଇଥାଏ | ଏମାନଙ୍କୁ ଉଷ୍ମ ଜଳବାୟୁ ଓ ଶୁଖିଲା ପାଗ ସୁହାଏ , ତେଣୁ ରୋଗ ର ମାତ୍ରା ଏହି  ପାଗରେ ବଢିଥାଏ |ଏମାନଙ୍କ ଦେହ ଉପରେ ଏକ ପତଳା ଧଳା ମହମର ଆବରଣ ଥାଏ ତେଣୁ ସେମାନେ ତୁଳା ପରି ଦେଖାଯାଆନ୍ତି |  ଏମାନେ ତାଙ୍କର ଲମ୍ବା ଛୁଞ୍ଚି ପରି ଶୁଣ୍ଢକୁ ଗଛର ବିଭିନ୍ନ ଅଂଶରେ ଫୋଡି ରସ ଶୋଷିଥାଆନ୍ତି ଯାହାଫଳରେ ପତ୍ରସବୁ ଶୁଖି ହଳଦିଆ ଏବଂ କୁଞ୍ଚିତ ହେଇଯାଏ, ଗଛର ବିକାଶ ଅବରୁଦ୍ଧ ହେଇଯାଏ, ନୂଆ ଫଳ ଫଳେନି ଏବଂ ପୁରୁଣା ଫଳ ଗୁଡିକ ଅସମୟରେ ଝଡିପଡ଼େ |

nano urea

ପରିଚାଳନା

  • ସୁସ୍ଥ ଗଛ ରୁ ଆଣିଥିବା ପ୍ରାମାଣିକ ଚାରା ଓ ବିହନ ବ୍ୟବହାର କରନ୍ତୁ |
  • ଜମି ଭିତରେ ଏବଂ ପାର୍ଶ୍ୱରେ ଅନବନା ଘାସ  ନିୟନ୍ତ୍ରଣ କରନ୍ତୁ |
  • ଦହିଆ ପୋକ ମାନଙ୍କୁ ଖାଉଥିବା ଶତ୍ରୁକୀଟ ମାନଙ୍କୁ ପ୍ରୋତ୍ସାହନ କରନ୍ତୁ |
  • ସଂକ୍ରମିତ ଗଛର ଡାଳ ପତ୍ର ବାହାର କରି ନଷ୍ଟ କରିଦିଅନ୍ତୁ |
  • ଅଳ୍ପ ସଂକ୍ରମଣ ଦେଖାଯିବା ମାତ୍ରେ କପଡା କୁ ସ୍ପିରିଟ/ପେଟ୍ରୋଲ/ ସାବୁନ ପାଣି ରେ ବୁଡ଼େଇ ପୋକ ଥିବା ଜାଗାରେ ବୋଳିଦିଅନ୍ତୁ |
  • ଗଛ ଉପରେ, ଆଖପାଖ ଗଛ ରେ ନିମ୍ବତେଲ ସିଞ୍ଚନ କରନ୍ତୁ |
  • ଏମାନଙ୍କ ଶରୀର ଉପରେ ଥିବା ମହମ ଆବରଣ ଯୋଗୁ ଏମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟ |
  • ଇମିଡାକ୍ଲୋପ୍ରିଡ଼ କିମ୍ବା ଆସେଟାମିପ୍ରିଡ଼ 2 ମି.ଲି କୁ ଗୋଟେ  ଲିଟର ପାଣିରେ ମିଶେଇ ଗଛ ଏବଂ ପତ୍ରଉପରେ ସିଞ୍ଚନ କରନ୍ତୁ |

ରୁଦ୍ର ପ୍ରତାପ ସୁବୁଦ୍ଧି , ସହକାରୀ ପ୍ରାଧ୍ୟାପକ, ମିଟସ୍, ରାୟଗଡ଼ା

Leave A Reply

Your email address will not be published.

20 − 4 =