ସବୁଜ ସନ୍ଦେଶ-୮

0

ସବୁଜ ଗୃହରେ ଫୁଲ ଚାଷ

ବର୍ତ୍ତମାନ ଭାରତୀୟ ବଜାରରେ ଫୁଲର ଚାହିଦା ବହୁତ ବେଶୀ ଏବଂ ଏହା ସାମ୍ୟନୁକ୍ରମେ ବଢ଼ିବାରେ ଲାଗିଛି। ଭାରତୀୟ ଚାଷୀ ମନେ ମଧ୍ୟ ଏବେ ପାରମ୍ପରିକ ଖାଦ୍ୟଶସ୍ୟ ଚାଷରୁ ବାହାରି ଫୁଲ ଚାଷ ପ୍ରତି ମନ ବଳାଉଛନ୍ତି କାରଣ ସମାନ ସମୟରେ, କମ ପରିଶ୍ରମରେ ଏହା ଅଧିକ ଲାଭ ଦେଇଥାଏ।ଆମର ନିତିଦିନିଆ ବ୍ୟବହାର ପାଇଁ ଆମେ ଫୁଲତ ବ୍ୟବହାର କରିଥାଉ, କିନ୍ତୁ ଉତ୍ସବ, ପର୍ବ ପର୍ବାଣୀରେ ଏହାର ବ୍ୟବହାର ବଢିଯାଇଥାଏ ଏବଂ ବଜାରରେ ଏହାର ମୂଲ୍ୟ ମଧ୍ୟ ବଢ଼ି ଯାଇଥାଏ, ଯାହାଦ୍ୱାରା ଚାଷୀ ଟିକେ ଅଧିକ ଲାଭବାନ ହୁଏ।ଆଧୁନିକ ସମାଜରେ ଭାରତୀୟମାନେ ବିଦେଶୀ ଫୁଲ ଯେପରିକି ଜର୍ବେରା, ଜିପସୋଫାଇଲା, ଲିଲୀୟମ, ଇତ୍ୟାଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ଏହି ଫୁଲସବୁ ବିଭିନ୍ନ ଉତ୍ସବ ଓ ପର୍ବ ପର୍ବାଣୀ ରେ ସୌନ୍ଦର୍ଯ୍ୟିକରଣ ପାଇଁ ବ୍ୟବହାର ହେଉଛି, ମାଳ ଏବଂ ଫୁଲଦାନୀ ତିଆରିରେ ମଧ୍ୟ ବ୍ୟବହାର ହେଉଛି। ଏହି ଫୁଲ କେବଳ ସୁନ୍ଦର ନୁହେଁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ମଧ୍ୟ ରହେ। ଏହି ସବୁ ଫୁଲ ଯେହେତୁ ଆମଦେଶର ଜଳବାୟୁରେ ଖୋଲା ସ୍ଥାନରେ ଚାଷ କଲେ ସେତେ ଅଧିକ ଅମଳ ହେଉନାହିଁ, ଏହା ପାଇଁ ସବୁଜ ଗୃହରେ ନିୟନ୍ତ୍ରିତ ପରିବେଶରେ ଚାଷ କଲେ ଚାଷୀମାନେ ଅଧିକ ଅମାଲକ୍ଷ୍ୟମ ହୋଇ ପାରିବେ ଏବଂ ଏହା ଯେ କୌଣସି ଋତୁରେ ମଧ୍ୟ କରାଯାଇ ପାରିବ। ବଜାର ଚାହିଦା ହିସାବରେ ଯଦି ଚାଷୀ ଏହାକୁ ନିୟନ୍ତ୍ରିତ ପରିବେଶରେ ଚାଷ କରିବେ, ତାହେଲେ ବହୁତ ଲାଭବାନ ହୋଇ ପାରିବେ।

nano urea

ସବୁଜ ଗୃହ ତିଆରି ପାଇଁ ଅନେକ ବେସରକାରୀ ସଂସ୍ଥା ତଥା ସରକାରଙ୍କ ତରଫରୁ ପ୍ରୋତ୍ସାହନ ତଥା ରିହାତି ଦରରେ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏହି କ୍ଷେତ୍ରରେ କେବଳ ସଚେତନତାର ଅଭାବ ହେତୁ ଆମ ଚାଷୀ ମନେ ଏହାର ଲାଭ ନେଇ ପାରୁନାହାନ୍ତି। ଏହି କ୍ଷେତ୍ରରେ ଜଦି ଆମ ଚାଷୀମାନେ ଆଗ୍ରହ ପ୍ରକାଶ କରି ଆଗେଇ ଆସିବେ ତାହେଲେ ଅନେକଗୁଣ ଲାଭବାନ ହେବେ।

ଶୁଭଙ୍କର ପୁରୋହିତ, ସମ୍ବଲପୁର

Leave A Reply

Your email address will not be published.

16 − 6 =