ଶସ୍ୟ ସଂରକ୍ଷଣ-୧୨

0

ଚିନାବାଦାମ ଫସଲରେ ଶତ୍ରୁକୀଟ ପତ୍ରଡ଼ିଆଁ ଜାସିଡ୍

ସବୁଜ ରଙ୍ଗ ର ୩ – ୪ ମି.ମି ଲମ୍ବା ଏହି ଛୋଟ ଛୋଟ ପୋକ ମାନେ ଚିନାବାଦାମ, କପା, ତମ୍ବାକୂ ଏବଂ ବିଭିନ୍ନ ପନିପରିବା ଫସଲରେ କ୍ଷତି ପହୁଞ୍ଚାଇଥାନ୍ତି ଏବଂ ଏମାନେ ଗଛର ପତ୍ର ରୁ ପତ୍ର ଡେଇଁ ଡେଇଁ ଗୋଟେ ଜମି ରୁ ଅନ୍ୟ ଜମି କୁ ବ୍ୟାପିଥାନ୍ତି । ପୂର୍ଣ୍ଣ ବିକଶିତ ମାଈ ପୋକମାନେ ପତ୍ର ର ତଳ ପଟେ ଶିରା ରେ ଅଣ୍ଡା ଦେଇଥାନ୍ତି । ଉଭୟ ବିକଶିତ ଏବଂ ଅଣ୍ଡା ରୁ ଫୁଟିଥିବା ଛୁଆ ପୋକ ମାନେ ପତ୍ର ଓ ଗଛର ବିଭିନ୍ନ ଅଂଶ ରୁ ରସ ଶୋଷଣ କରି କ୍ଷତି ଘଟାଇଥାନ୍ତି । ଶୋଷଣ କଲା ବେଳେ ଏମାନେ ଏକ ବିଷାକ୍ତ ପଦାର୍ଥ ଛାଡ଼ିଥାନ୍ତି ଯାହା ଗଛର ଜଳ ଓ ପୋଷଣ ପରିବହନ କୁ ବନ୍ଦ କରିଦିଏ ସେଥିପାଇଁ ଏହାର ଲକ୍ଷଣ ଜଳ ଓ ଖାଦ୍ୟସାର ଅଭାବଜନିତ ଲକ୍ଷଣ ପରି ଦେଖାଯାଏ । ପୋକ ଲାଗିଥିବା ପତ୍ର ଟି ଶୁଖି ହଳଦିଆ ଏବଂ କୁଞ୍ଚିତ ହେଇଯାଏ ଯାହାଫଳରେ ଗଛଟି ବଢିପାରେ ନାହିଁ ଏବଂ ଫଳ ଉତ୍ପାଦନ ମଧ୍ୟ କମ ହେଇପାରେ ।

nano urea

ପରିଚାଳନା
ପୋକର ନିୟନ୍ତ୍ରଣ ସବୁବେଳେ ସମନ୍ବିତ ଉପାୟରେ କରିବା ଉଚିତ ଏଥିପାଇଁ ଉପଲବ୍ଧ ଜୈବିକ ପଦ୍ଧତି ସହ ନିବାରଣ ପଦ୍ଧତି କୁ ମଧ୍ୟ ଧ୍ୟାନ ଦେବା ଦରକାର ।
ସୁସ୍ଥ ଚାରା ବ୍ୟବହାର କରନ୍ତୁ ।
ପ୍ରତିରୋଧି କିସମ ର ବିହନ ଲଗାନ୍ତୁ ।
ଅତ୍ୟଧିକ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରନ୍ତୁ ନାହିଁ ।
ହଳଦିଆ ଅଠା ଟ୍ରାପ୍ ବ୍ୟବହାର କରନ୍ତୁ ।
କ୍ଲୋରୋପାଇରିଫସ ୨ ମି.ଲି. କୁ ଏକ ଲିଟର ପାଣି ର ମିଶେଇ ବିହନ ଉପଚାର କରନ୍ତୁ ।
ସାଇପରମେଥିରିନ ୧ ମି.ଲି କୁ ପ୍ରତି ଲିଟର ପାଣି ର ମିଶେଇ ଗଛ ଉପରେ ସ୍ପ୍ରେ କରନ୍ତୁ ।

ରୁଦ୍ର ପ୍ରତାପ ସୁବୁଦ୍ଧି , ରାୟଗଡ଼ା

Leave A Reply

Your email address will not be published.

17 + 7 =