ଧାନ କ୍ଷେତରେ ବ୍ୟବହାର କରନ୍ତୁ ଆଜୋଲା

0

ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍‌ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ ।
ଆଜୋଲା ଏହିଭଳି ଏକ ଜଳଜାତୀୟ ଫର୍ଣ୍ଣ । ଏହା ମୁଖ୍ୟତଃ ଧାନ ଫସଲରେ ବ୍ୟବହୃତ ହୁଏ । ଆଜୋଲ, ନାଇଟ୍ରୋଜେନ୍‌ ଫିକ୍ସିଙ୍ଗ୍‌ ଆନବେନା ସହ ମିଶି ଏକ ପ୍ରମୁଖ ଜୈବିକ ସାରର ଭୂମିକା ନିଭାଇଥାଏ । ଆଜୋଲା ଧାନ ଚାରାର ଧାଡ଼ି ଧାଡ଼ିରେ ମଧ୍ୟ ବଢ଼ାଯାଇପାରେ ଏବଂ ଏହାପରେ ଏହାକୁ ନେଇ ପ୍ରୟୋଗ କରାଯାଏ । ବାୟୋମାସ୍‌ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଦ୍ରୁତ ନାଇଟ୍ରୋଜେନ୍‌ ଫିକ୍ସିଙ୍ଗ୍‌ ଭାବେ ମଧ୍ୟ ଆଜୋଲା ପିନଟା ବ୍ୟବହୃତ ହୁଏ । ଏତଦ୍‌ଭିନ୍ନ ଆଜୋସ୍ପିରିଲମ୍‌ ମଧ୍ୟ ବ୍ୟବହାର କରାଯାଏ । ଏହି ସବୁ ବର୍ତ୍ତମାନ ସମୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ । କୃଷି କ୍ଷେତ୍ରରେ ଏହାର ଉପଯୋଗ ଉତ୍ପାଦନରେ ଶତଗୁଣ ବୃଦ୍ଧି କରିବା ସହ ହାନିକାରକ ହୋଇ ନଥାଏ ।

Leave A Reply

Your email address will not be published.

19 − 3 =