ଦକ୍ଷିଣ ପଶ୍ଚିମ ଓଡ଼ିଶାର ୫୦୦୦ ମହିଳା ଚାଷୀ ହେବେ ଉପକୃତ

0

ଓଡ଼ିଶାରେ ମକା କ୍ଲଷ୍ଟରର ପ୍ରୋତ୍ସାହନ ପାଇଁ ଗୁରୁବାର ଦିନ ଲୋକ ସେବା ଭବନଙ୍କ ସମ୍ମିଳନୀ କକ୍ଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ମିଶନ ଶକ୍ତି ବିଭାଗ ଏବଂ ACCESS Development service ସହିତ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି ।
ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଦକ୍ଷିଣ ପଶ୍ଚିମ ଓଡିଶାର ମକା ଚାଷବର୍ତ୍ତୀ ଅଂଚଳର ୧୦ ଟି କୃଷକ ଉତ୍ପାଦକ କମ୍ପାନୀ ଉପକୃତ ହେବେ । ଏହି ପ୍ରକଳ୍ପକୁ କୃଷି ଓ କୃଷକ ସଶକ୍ତିକରଣ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି ଯେଉଁଥିରେ ମିଶନ୍‌ ଶକ୍ତି କେବଳ ପାଂଚ ଜଣ ନୂତନ ମହିଳାଙ୍କ ପାଇଁ ସମ୍ମିଳିତ ସହାୟତା ପ୍ରଦାନ କରିବେ ଏବଂ ରାଜ୍ୟ ସରକାରଙ୍କ ଏଫ.ପିଓ ପୋର୍ଟାଲ ଅଧୀନରେ ପଞ୍ଜୀକୃତ ହୋଇଥିବା ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ବାଲାନ୍ସ ପାଞ୍ଚଟି ଚୟନ କରାଯିବ । ପାଖାପାଖି ୫୦୦୦ ମକା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଏଥବରେ ଉପକୃତ ହେବ ତହିଁରୁ ପ୍ରତ୍ୟେକ ଉତ୍ପାଦକ ଗୋଷ୍ଠୀରୁ ୧୦୦୦ ମହିଳା ରହିପାରିବେ ବୋଲି ଅନୁମାନ କରାଯାଇଛି ।

nano urea

ଏହି ପାଂଚଟି ଉତ୍ପାଦକ ଗୋଷ୍ଠୀ ଗଜପତି ସ୍ଥିତ ଉଦୟଗିରି ଏବଂ ମୋହାନା ବ୍ଲକର ମହିଳା ସଦସ୍ୟ, କୋରାପୁଟର କୁନ୍ଦ୍‌୍ରା ବ୍ଲକ, ନବରଙ୍ଗପୁରର ଝରିଗାଁ ବ୍ଲକ ଏବଂ ନୁଆପଡାର କୋମନା ବ୍ଲକକୁ ନେଇ ଗଠିତ ହେବ । ମିଶନ୍‌ ଶକ୍ତି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଉତ୍ପାଦକ ଗୋଷ୍ଠୀଙ୍କୁୁ ସହାୟତା ପ୍ରଦାନ କରିବ । ଅବଶିଷ୍ଟ ପାଂଚଟିକୁ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୁଆପଡା ଏବଂ ଗଜପତି ଜିଲ୍ଲାର ରାଜ୍ୟ ସରକାରଙ୍କ ଏଫ.ପିଓ ପୋର୍ଟାଲ ଅଧୀନରେ ପଞ୍ଜୀକୃତ ଉତ୍ପାଦକ ଗାଷ୍ଠୀରୁ ରୁ ଚୟନ କରାଯିବ ।

ନିରନ୍ତର ବ୍ୟବସାୟ ତଥା ଦୀର୍ଘମିଆଦୀ ବଜାର ସଂଯୋଗ ସ୍ଥାପନ କରିବାକୁ, କୃଷକମାନଙ୍କ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲାଇଜେସନକୁ ତ୍ୱରାନ୍ୱିତ କରିବାକୁ, କୃଷକମାନଙ୍କୁ ଜଳବାୟୁ ସ୍ଥିର କୃଷି ଅଭ୍ୟାସକୁ ଅନୁମତି ଦେଇ ମକାର ଚାଷ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଓ କୃଷି ଏବଂ ସହଯୋଗୀ କାର୍ଯ୍ୟକଳାପରେ ଫସଲର ବିବିଧତାକୁ ଉତ୍ସାହିତ କରି କୃଷକମାନଙ୍କ ପାଇଁ ଆଗ୍ରିଟେକ୍‌ ଷ୍ଟାର୍ଟଅପ୍‌ ତଥା ଏକ ଦୀର୍ଘକାଳୀନ ସଙ୍ଗଠନ ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.

fourteen − two =