ଖରିଫ୍‌ ଫସଲରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ଦର ବୃଦ୍ଧି କଲେ କେନ୍ଦ୍ର ସରକାର

0

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ୍‌ ଫସଲ ଉପରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର ।କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଧାନ ଉପରେ ଏମଏସପି ୭୨ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ ଖରିଫ୍‌ ଧାନକୁ କୃଷକମାନେ ୧୮୬୮ ଟଙ୍କା ବଦଳରେ ୧୯୪୦ ଟଙ୍କାରେ ଧାନ ବିକ୍ରି କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକ ମାନଙ୍କ ସ୍ୱାର୍ଥରେ କୃଷିଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି କରାଯାଇଛି ଓ ଭବିଷ୍ୟତରେ ବି ଏଭଳି ବୃଦ୍ଧି ଜାରି ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ମାନଙ୍କ ଉର୍ଦ୍ଦେଶ୍ୟରେ ତୋମର କହିଛନ୍ତି କି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ପ୍ରସ୍ତୁତ । କୃଷି ଆଇନ ଉପରେ ତର୍କ ଆଧାରରେ କୃଷକ ନେତାମାନେ ବୈଠକକୁ ଆସିଲେ ସମସ୍ୟାର ସମାଧାନ ହୋଇ ପାରିବ । କେନ୍ଦ୍ର ସରକାର ୭ ବର୍ଷ ହେବ କୃଷି ଓ କୃଷକ ମାନଙ୍କ ହିତରେ ପଦକ୍ଷେପ ନେଉଛନ୍ତି । ସେମାନଙ୍କ ସମସ୍ୟା ଉପରେ ଚର୍ଚ୍ଚା କରିବାକୁ ସରକାର ସର୍ବଦା ପ୍ରସ୍ତୁତ ଥିବା କଥା ସେ କହିଛନ୍ତି ।

Leave A Reply

Your email address will not be published.

18 + 15 =