ଶ୍ୟାମଳ ସୁବର୍ଣ୍ଣକୁ ଶ୍ରେଷ୍ଠ କୃଷି ପତ୍ରିକା ସମ୍ମାନ

0

ଆମ ରାଜ୍ୟର ଅର୍ଥନୀତିର ମୂଳାଧାର କୃଷି । କୃଷିକୁ ବାଦ ଦେଇ ଜନଜୀବନକୁ କଳ୍ପନା କରାଯାଇପାରିବନି । କାରଣ ଆମେ ଦିନରେ ଦି ଓଳି ଖାଇବାକୁ ହେଲେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଇ ପରିପ୍ରେକ୍ଷୀରେ କୃଷି ଓ କୃଷକର ବିକାଶକୁ ନେଇ ୨୦୧୮ ଏପ୍ରିଲରେ ପ୍ରକାଶ ପାଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । କୃଷି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ଏ ପତ୍ରିକା ଖୁବ କମ୍‌ ଦିନରେ ଚାଷୀକୁଳର ସ୍ନେହ,ଶ୍ରଦ୍ଧା ଓ ଆଶୀର୍ବାଦ ପାଇପାରିଥିଲା । ନିରନ୍ତର ପ୍ରକାଶନ ସହ ବଳିଷ୍ଠ କୃଷି ଭିତ୍ତିକ ଲେଖାକୁ ସ୍ଥାନ ଦେଇ ଏହା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କରୋନା ପରି ମହାମାରୀ ସମୟରେ ବି ଏହାର ଅନଲାଇନରେ ଇ-ମାଗାଜିନ ପ୍ରକାଶ ପାଇଥିଲା । କେବଳ ପତ୍ରିକା ପ୍ରକାଶନ ନୁହେଁ ବରଂ ଓଡ଼ିଶାରେ ତିରିଶ ଜିଲ୍ଲା,ତିରିଶ ଗାଁର ଏକ ଅଭିନବ ପରିକଳ୍ପନା ନେଇ ଆରମ୍ଭ ହୋଇଥିଲା ଦିନିକିଆ କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର । ଏଯାବତ ୬୫୦ରୁ ଉଦ୍ଧ୍ୱର୍ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି ଛାତ୍ରଛାତ୍ରୀ । ତେବେ ନିକଟରେ ଶ୍ୟାମଳ ସୁବର୍ଣ୍ଣର ଦ୍ୱାଦଶ ସଂଖ୍ୟା ପ୍ରକାଶ ପାଇଛି । ତେବେ ଉତ୍କଳ ବିକାଶ ପରିଷଦ,କଟକ ତରଫରୁ ଶ୍ୟାମଳ ସୁବର୍ଣ୍ଣକୁ ଶ୍ରେଷ୍ଠ କୃଷି ପତ୍ରିକା ଭାବରେ ସମ୍ମାନିତ କରାଯାଇଛି । ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ଶ୍ୟାମଳ ସୁବର୍ଣ୍ଣକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପରିଷଦ ତରଫରୁ ସହାଯ୍ୟ କରିବାକୁ ପ୍ରତିଶ୍ରୁୂତି ବି ଦେଇଥିଲେ । ପତ୍ରିକା ତରଫରୁ ବିଜ୍ଞାନ ମିହିର ରାଉତ ଏହି ସମ୍ମାନ ଗ୍ରହଣ କରିଥିଲେ । ଏ ସମ୍ମାନ ଆମକୁ ଆଗକୁ ଯିବାକୁ ପ୍ରେରଣା ଦେବା ସହ ଆମେ କୃଷି ଓ କୃଷକର ବିକାଶ ଦିଗରେ ସଂକଳ୍ପବଦ୍ଧ ହେବା ବୋଲି ପତ୍ରିକାର ସମ୍ପାଦକ ଡ଼ି ଶୁଭମ୍‌ କହିଛନ୍ତି ।

Leave A Reply

Your email address will not be published.

twenty + eleven =