ହଳଦୀ ପିଠା , ମହକ ମିଠା

0

ଆମେ ଓଡ଼ିଆ, ଭାରି ବଢ଼ିଆ ଉକ୍ତିଟି ସତରେ ଏକ ନିଆରା ଅନୁଭବ । କାରଣ ଓଡ଼ିଆଙ୍କର ହିଁ ବାର ମାସରେ ତେବର ପର୍ବ । ଆ ଏଇ ପର୍ବର ମହତ୍ତ୍ୱ ସବୁବେଳେ କିଛି ଶିକ୍ଷଣୀୟ ଓ ବିଶେଷତ୍ୱକୁ ନେଇ ହୋଇଥାଏ । ସେମିତି ପ୍ରଥମାଷ୍ଟମୀର ଏକ ବିଶେଷତା ବି ରହିଛି ।ଆମେ ଓଡ଼ିଆ ପରିଶେଷରେ ଚାଷୀର ପରିବାରରୁ ଉତ୍ପତ୍ତି । ବର୍ଷ ବାରମାସର ପ୍ରତ୍ୟକ ମାସ ଓ ଦିନ ଆମ ପାଇଁ କୌଣସି ନା କୌଣସି ମହତ୍ତ ରଖିଥାଏ । ଶୀତଋତୁ ଆଗମନରେ ମର୍ଗିଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ପ୍ରଥମା ଅଷ୍ଟମୀ , ଓଡ଼ିଆ ପରମ୍ପରା ଓ ସଂସ୍କୃତି ଅନୁସାରେ ଘରର ଜ୍ୟେଷ୍ଠ ମାନଙ୍କୁ ନୂଆ ବସ୍ତ୍ର ପରିଧାନ କରିବାକୁ ଦିଆଯାଏ ଓ ପୂଜା କରାଯାଏ । ତେବେ ପ୍ରଥମା ଅଷ୍ଟମୀର ମୁଖ୍ୟତଃ ହଳଦୀ ପତ୍ର ପିଠାର ଅସରଜମେ , ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡରି ପିଠା ସବୁପର୍ବ ଠାରୁ ପ୍ରଥମାଷ୍ଟମୀକୁ ଏକ ବିଶେଷ ସ୍ଥାନ ଦେଇଥାଏ ।
କେବଳ ପିଠା ପାଇଁ ନୁହେଁ ବରଂ ହଳଦୀ ଆମେ ଦୈନଦିନ ଜୀବନରେ ବହୁତ ଉପକାରୀ ମଧ୍ୟ । ଏହାକୁ ଆମେ ଆମ ବାଡି ପଟେ କିମ୍ବା ଘରର ଛାତ ଉପେରେ ଅତି ସହଜରେ ଛୋଟ ଆକାରରେ ଚାଷକରିପରିବା । ଏପ୍ରିଲ୍ ଓ ମଇ ମାସରେ ଯେତେବେଳେ ମୌସୁମୀର ପୂର୍ବ ଆଗମନ ହୋଇଥାଏ ସେଇ ସମୟରେ ଚାଷ କଲେ ବିଶେଷ ଲାଭ ହୋଇଥାଏ । ଉନ୍ନତ ଓ ଫସଫସିଆ ମାଟି ଏବଂ ଶୁଖିଲା ଗୋବରକୁ ଭଲ ଭାବରେ ମିଶେଇ ଦେବା । ସିମେଣ୍ଟ ବସ୍ତା କିମ୍ବା ଜରି ବସ୍ତାକୁ ଅଧା ପର୍ଯ୍ୟନ୍ତ ଭାଙ୍ଗି ସେଥିରେ ପୂର୍ବ ଭଳି ଗୋବର ମିଶ୍ରିତ ମାଟିକୁ ଭରିଦେବା ପାଣିରେ ଭିଜା ହଳଦୀ ଖଣ୍ଡ ରୋପଣ କରି ପାଣି ଦେବା ଏବଂ ଏହାକୁ ଛାଇ ପଡୁଥିବା ସ୍ଥାନରେ ପାଳ କିମ୍ବା ଝୋଟ ଆଖା ଘୋଡାଇ ରଖିବା । ଗୋଟେ ଦିନ ବ୍ୟବଧାନରେ ପାଣିଦେବା ,ବସ୍ତା ଗୁଡ଼ିକୁ ଘରର ଛାତ ଉପେରେ ମଧ୍ୟ ରଖାଯାଇ ପାରିବ। ପ୍ରାୟତଃ ୬ ରୁ ୭ ମାସ ପରେ ଯେତେବେଳେ ପତ୍ର ହଳଦିଆ ପଡ଼ି ଶୁଖିଯାଏ ଏହା ଅମଳ ପାଇଁ ଉପଯୋଗୀ ହୋଇଥାଏ କିନ୍ତୁ ଯେହେତୁ ଆମେ ଏହାକୁ ଏକ ଔଷଧୀୟ ଗୁମ୍ଲ ଭାବେ ଚାଷ କରୁଛେ ତେଣୁ ଆମ ଆବଶ୍ୟକତା ଅନୁସାରେ ଆମେ ଏହାକୁ ଉପଯୋଗ କରିପାରିବା ।

nano urea

ବିଜ୍ଞାନ ରଂଜନ ସାହୁ , କୃଷି ସ୍ନାତକ , ନୟାଗଡ଼

Leave A Reply

Your email address will not be published.

18 − 17 =