ଶ୍ୟାମଳ ସୁବର୍ଣ୍ଣ ଦ୍ଵାରା ଆୟୋଜିତ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣର ଫଳାଫଳ ଘୋଷିତ

0

ଭୁବନେଶ୍ୱର – ପ୍ରଥମ ଛାତ୍ର ସମ୍ପାଦିତ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” ତରଫ ରୁ ବିଶ୍ଵ ମୃତ୍ତିକା ଦିବସ ଅବସର ରେ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୃଷି ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନୀ ହୃଦୟ ରେ ମାଟି ର ମହତ୍ତ୍ଵ ତଥା ବିଶେଷତା ନେଇ ରହିଥିବା ଚିନ୍ତାଧାରା ର ପରିପ୍ରକାଶ ର ମହତ୍ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ର ପରିକଳ୍ପନା କରାଯାଇଥିଲା।
ଓଡ଼ିଶା ର ସମସ୍ତ କୃଷି ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ରଦତ୍ତ ଇ-ମେଲ ଯୋଗେ ନିଜ ନିଜର ପ୍ରବନ୍ଧ ମନ ପ୍ରେରଣ କରିଥିଲେ।” ମାଟି ପାଇଁ ପଦେ” ଶୀର୍ଷକ ରେବୋଡ଼ିଆ ପ୍ରବନ୍ଧ ଏବଂ ” Soil- The root of our sustenance” ଶୀର୍ଷକ ରେ ଇଂରାଜୀ ପ୍ରବନ୍ଧ ର ଆୟୋଜନ କରାଯାଇଥିଲା।ଏହି ପ୍ରବନ୍ଧ ଅନ୍ୱେଷଣ ପ୍ରତିଯୋଗିତାରେ ବିଚାରକ ଭାବେ ଥିଲେ – ଶ୍ରୀଯୁକ୍ତ ସୌମ୍ୟଶ୍ରୀ ପାଣିଗ୍ରାହୀ,(ଓ. ଏ.ଏସ.ତଥା ତହସିଲଦାର, ବାସୁଦେବପୁର) , ରୂପାଲି ମହାପାତ୍ର,ସହ ସମ୍ପାଦିକା,ଓଡ଼ିଶା ଭାସ୍କର; ଶ୍ରୀ ଭୁବନାନନ୍ଦ ଅଧିକାରୀ, ପରାମର୍ଶଦାତା, ଶ୍ୟାମଳ ସୁବର୍ଣ୍ଣ ।
ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ପ୍ରବନ୍ଧ ବିଭାଗ ରେ ଓୟୁଏଟି ଭୁବନେଶ୍ଵରର ସ୍ନାତକ ଛାତ୍ରୀ କ୍ରିଷ୍ଣା ଲିଂଟାସ ବେହେରା ପ୍ରଥମ ହୋଇଥିବାବେଳେ ସେଂଚୁରିଆନ ବିଶ୍ଵବିଦ୍ୟାଳୟ ର ଛାତ୍ରୀ କିରନପ୍ରଭା ଏବଂ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ର ସୁଶ୍ରୀ ଶୁଭଙ୍କରୀ ସେଠୀ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଇଂରାଜୀ ବିଭାଗ ରେ ଓୟୁଏଟି ଭୁବନେଶ୍ଵରର କୃଷି ଛାତ୍ରୀ ଅନନ୍ୟା ପଣ୍ଡା ପ୍ରଥମ, ଓୟୁଏଟି ର ଇତିଶ୍ରୀ ଦାସ ଦ୍ଵିତୀୟ ଏବଂ ଓୟୁଏଟି ର ଛାତ୍ର ସ୍ଵୟଂ ସାଫଲ୍ୟ ସାହୁ ତୃତୀୟ ଭାବେ ବିବେଚିତ ହୋଇଛନ୍ତି।
ଡିସେମ୍ବର ୫ ବିଶ୍ଵ ମୃତ୍ତିକା ଦିବସ ଅବସର ରେ ସମସ୍ତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ତରଫ ରୁ ମାନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

15 − 3 =