କୋଟିଆରେ ହେବ କୃଷି ଉତ୍ପାଦନ କେନ୍ଦ୍ର : ଡ଼ଃ ଅରବିନ୍ଦ ପାଢ଼ୀ

0

ରାଜ୍ୟରେ କୃଷି ଉତ୍ପାଦନ କେନ୍ଦ୍ର ଗୁଡ଼ିକ ଚାଷୀ ମାନଙ୍କର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଥାଏ । ଏହି ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କୋଟିଆ ପଂଚାୟତ ଗସ୍ତ କରିଛନ୍ତି । ଉତ୍ପାଦନ କେନ୍ଦ୍ର ଗୁଡ଼ିକର ଉପଯୁକ୍ତ କାର୍ଯ୍ୟକ୍ଷମତା ତଥା ଚାଷୀଙ୍କୁ ଆତ୍ମନିଯୁକ୍ତି ଉପରେ ଡ଼ଃ ପାଢ଼ି ସମୀକ୍ଷା କରିଥିଲେ । ମୂଲ୍ୟଯୁକ୍ତ ଫସଲ ଯେପରିକି ଡ଼୍ରାଗନ ଫ୍ରୁଟ୍‌ , ଷ୍ଟ୍ରବେରୀ ପ୍ରମୁଖ ଚାଷ କରି ଏହି ଉତ୍ପାଦନ କେନ୍ଦ୍ର ମାନଙ୍କରେ ଅଧିକ ଦରରେ ବିକ୍ରି କରି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ , ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଡ଼ଃ ପାଢ଼ୀ ସ୍ଥାନୀୟ ଚାଷୀ , କୃଷି ଅଧିକାରୀ , ଶୀତଳକରଣ ଭଣ୍ଡାର ଗୁଡ଼ିକ ପରିଦର୍ଶନ କରିଥିଲେ । ଏହା ସହ ଏହି ସମୀକ୍ଷା ରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା , ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × two =