ନଡ଼ିଆ ଗଛରେ କାଳିମୁଣ୍ଡି ପୋକ ନିୟନ୍ତ୍ରଣ

0

ନଡ଼ିଆ ଏକ ଅର୍ଥକାରୀ ଫସଲ ଏବଂ ନଡ଼ିଆ ଗଛ ରେ ଲାଗୁଥିବା କୀଟ ମାନଙ୍କ ମଧ୍ୟରୁ କାଳିମୁଣ୍ଡି ପୋକ ଗଛ ପାଇଁ ବିଶେଷ କ୍ଷତିକାରକ । ଏହା ଏକ ପ୍ରଜାପତି ଜାତୀୟ କୀଟ ଏବଂ ଏହାର ଲାର୍ଭା ଅବସ୍ଥା ଗଛ କୁ ପହୁଞ୍ଚାଇଥାଏ । ଏହି ଲାର୍ଭା ର ମୁଣ୍ଡ କଳା ରଙ୍ଗ ର ହେଇଥିବାରୁ ଏହାକୁ କାଳିମୁଣ୍ଡି ପୋକ କୁହାଯାଏ । ଲାର୍ଭା ଟି ଦେଖିବାକୁ ଗାଢ଼ ଧୂସର ରଙ୍ଗର ଏବଂ ଅଣ୍ଡା ରୁ ବାହାରି ଏମାନେ ସବୁଜ ପତ୍ର କୁ ଖାଇଥାନ୍ତି । ପତ୍ର କୁ ଖାଇବା ସହ ଏମାନେ ପତ୍ରରେ ସୁଡଙ୍ଗ ତିଆରି କରନ୍ତି, ସେଥିରେ ଖାଇ ମଳତ୍ୟାଗ କରନ୍ତି ଯାହା ଫଳ ରେ ପତ୍ର ର କେବଳ ମୁଖ୍ୟ ଶିରା ରହିଯାଏ କ୍ଷ ଦୂରରୁ ଦେଖିଲେ ନଡ଼ିଆ ବଗିଚା ପୋଡିଗଲା ପରି ଦେଖାଯାଏ ।

ପରିଚାଳନା:

nano urea

• ଖରା ଦିନ ଆରମ୍ଭ ହେବ ପୂର୍ବରୁ ପୋକ ଦ୍ୱାରା କ୍ଷତ ପତ୍ର ଗୁଡିକୁ କାଟି ପୋଡିଦେବା ଉଚିତ ।
• ଗଛ ଟି ଛୋଟ ଅବସ୍ଥା ରେ ଥିଲାବେଳେ ୪ ଲିଟର ପାଣିରେ ଡାଇକ୍‌ଲୋରୋଭସ୍‌ ୧ ମିଲି ଲିଟର ମିଶାଇ ଅକ୍ରାନ୍ତିତ ଗଛର ପତ୍ରରେ ସିଞ୍ଚନ କରିବା ଦ୍‌ବାରା ହେଉଥିବା କ୍ଷତି କମ କରାଯାଇପାରିବ ।
• ବ୍ରାକନ ବ୍ରେଭିକରନିଶ ନାମକ ଭଅଁର ଜାତୀୟ ଶତ୍ରୁ ପୋକକୁ ନଡିଆ ଫସଲରେ ୭ରୁ ୧୦ ଦିନ ବ୍ୟବଧାନରେ ୩ ରୁ ୪ ଥର ପ୍ରୟୋଗ କରାଯାଏ । ଏହି ଶତ୍ରୁ ପୋକଟି କାଳିମୁଣ୍ଡି ଲାର୍ଭା ଦେହ ଭିତରେ ଅଣ୍ଡା ଦିଏ । ଅଣ୍ଡାରୁ ଛୁଆ ବାହାରି ଏହାକୁ ପୋକକୁ ଖାଇ ଦିଅନ୍ତି । ଯାହା ଫଳରେ କାଳିମୁଣ୍ଡି ପୋକର ବଂଶ ଲୋପପାଏ ଏବଂ ନଡିଆ ଗଛ ଗୁଡିକ କାଳିମୁଣ୍ଡି ପୋକର ଆକ୍ରମଣରୁ ରକ୍ଷା ପାଏ ।

ରୁଦ୍ର ପ୍ରତାପ ସୁବୁଦ୍ଧି

Leave A Reply

Your email address will not be published.

five − four =