ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ରେ ଯୋଗ ଦେବେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ

0

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଦୁବାଇରେ ଅନୁଷ୍ଠିତ ହୁଏ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ପ୍ରତ୍ୟେକ ଦେଶ ମିଶି ଜଳବାୟୁ ସଙ୍କଟକୁ ସମାଧାନ କରିବାର ଉପାୟ ନିର୍ଦ୍ଧାରଣ କରିବା । ଯେପରିକି ବିଶ୍ଵର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସକୁ ସୀମିତ ରଖିବା, ଦୁର୍ବଳ ସମ୍ପ୍ରଦାୟକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବା ଏବଂ ୨୦୫୦ ସୁଦ୍ଧା ନେଟ-ଜିରୋ ଏମିଶନ୍ ବା ଉତ୍ପାଦିତ ଗ୍ରୀନ୍ ହାଉସ୍ ଗ୍ୟାସ୍ (GHG) ର ପରିମାଣ ଏବଂ ବାୟୁମଣ୍ଡଳରୁ ବାହାର କରାଯାଇଥିବା ପରିମାଣ ମଧ୍ୟରେ ସନ୍ତୁଳନ ହାସଲ କରିବା ।

28 ତମ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ – ୨୦୨୩ UAE ଦୁବାଇରେ ଆରମ୍ଭ ହୋଇସାରିଛି ଏବଂ ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢୀ ୧୦ ଡିସେମ୍ବର ୨୦୨୩ ଏହି ସମ୍ମିଳନରେ ଯୋଗ ଦେବାକୁ ଯାଉଛନ୍ତି । ୟୁଏଇର ଦୁବାଇରେ ହେଉଥିବା COP 28 ରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଶୁଭ ଠାକୁରଙ୍କ ଦ୍ୱାରା ପରିଚାଳିତ ଏକ secssion ରହିବ, ଯାହାର ବିଷୟବସ୍ତୁ ରହିଛି “ଜଳବାୟୁ ସ୍ଥିର ମିଲେଟ ମାଧ୍ୟମରେ ଗ୍ଲୋବାଲ ଫୁଡ୍ ସିଷ୍ଟମକୁ ରୂପାନ୍ତର କରିବା” ।

nano urea

ବର୍ତ୍ତମାନ ମାଣ୍ଡିଆ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମାଣ୍ଡିଆ ପାଇଁ ଓଡ଼ିଶା ଆଜି ଗର୍ବ କରୁଛି । ଏକ ପୁଷ୍ଟିଶସ୍ୟ ଭାବରେ ମାଣ୍ଡିଆ ଛୋଟ ପିଲଠୁ ବୟସ୍କ ବ୍ୟକ୍ତି ସମସ୍ତ ଙ୍କ ଖାଦ୍ୟରେ ସାମିଲ ହୋଇପାରିବ । ଦିଲ୍ଲୀର ପ୍ରଗତି ମଇଦାନରେ ହୋଇଥିବା ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା -2023ରେ ଓଡ଼ିଶା ସର୍ବଶ୍ରେଷ୍ଠ ମିଲ୍ଲେଟ ପ୍ରମୋସନ ପାଇଁ ପୁରସ୍କୃତ ହୋଇଛି । ତେଣୁ ଆଗକୁ ଏହାର ଉନ୍ନତି ପାଇଁ ସରକାର ବହୁତ ପ୍ରଚେଷ୍ଟା କରୁଛନ୍ତି । ବିଭିନ୍ନ ସ୍କିମ୍ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ପାଇଁ ଉତ୍ସାହିତ କରୁଛନ୍ତି । ଏକ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଆଜି ବିଶ୍ଵ ସ୍ତରରେ ପହଞ୍ଚି ପାରିଛି । ପରିବର୍ତ୍ତିତ ଜଳବାୟୁ ଦ୍ୱାରା ବିଶ୍ୱ ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିହୀନତାର ସମ୍ମୁଖୀନ ହେଉଥିବାରୁ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ ମିଲେଟଗୁଡିକ ଏକ ମୂଲ୍ୟବାନ ପୁଷ୍ଟିକର ଏବଂ ଜଳବାୟୁ ପ୍ରତିରୋଧକ ଖାଦ୍ୟ ଉତ୍ସ, ଏହା ନିରନ୍ତର ଖାଦ୍ୟ ଉତ୍ପାଦନ ବୃଦ୍ଧି ତଥା ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ତେଣୁ ଶ୍ରୀ ପାଢ଼ୀ ବିଶ୍ଵର ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାରେ ଜଳବାୟୁ-ସ୍ଥିର ମିଲେଟଗୁଡିକର ସମ୍ଭାବନା ଉପରେ COP28 ସମ୍ମିଳନରେ ଆଲୋଚନା କରିବେ ।

ଏଥିରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବ୍ୟବସାୟ ନେତା, ଯୁବକ, ଜଳବାୟୁ ବୈଜ୍ଞାନିକ, ଅନୁସୂଚିତ ଜନଜାତି, ସାମ୍ବାଦିକ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ତଥା ଭାଗଚାଷୀ ମଧ୍ୟ ଯୋଗଦେଇଥାନ୍ତି ।

Leave A Reply

Your email address will not be published.

twenty − 14 =