୮ ଜିଲ୍ଲାରେ ଫସଲ କ୍ଷୟ କ୍ଷତି ଆକଳନ

0

ସାମୁଦ୍ରିକ ଝଡ଼ ‘ମିଗ୍ ଜାଉଁ’ ପ୍ରଭାବରେ ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ରାୟଗଡା ଜିଲାରେ ଲଗାଣ ବର୍ଷା ହେତୁ ଧାନ, କପା ଓ ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର କୋଟିଆ ଏବଂ ନୂଆଗାଁ ପଞ୍ଚାୟତରେ ୫ଟି ଘର ଭାଙ୍ଗିଥିବା ବେଳେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ଗଜପତି ଜିଲାର ଗୋଶାଳି ଓ କାଶିନଗର ଅଞ୍ଚଳରେ ଜିଲାର ୭୦% ଧାନ ଅମଳ ହେଉଥିବା ବେଳେ ଗୁମ୍ମା ଓ ରାୟଗଡା ବ୍ଲକରେ ୧୫% ଧାନ ଅମଳ ହୋଇଛି। କଳାହାଣ୍ଡି ଜିଲାରେ ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଫସଲ ହାନି ହୋଇଛି ।

nano urea

ଦକ୍ଷିଣ ଓଡ଼ିଶାର ଚାଷୀଙ୍କ ଧାନ ଓ ପନିପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏସଆରସିଙ୍କ ନିୟମାବଳୀକୁ ଭିରିକରି କ୍ଷୟକ୍ଷତି ଆକଳନ କରାଯିବ। ଏଥିପାଇଁ ଡିସେମ୍ବର ୭ରୁ ୧୨ ତାରିଖ ମଧ୍ୟରେ ପଡୁଥିବା ଦ୍ଵିତୀୟ ଶନିବାର ଓ ରବିବାର ଛୁଟିକୁ ଉପରୋକ୍ତ ୮ ଜିଲାରେ ବାଡିଲ କରାଯାଇଛି। କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ସତ୍ୟବ୍ରତ ସାହୁ ଚିଠି ଲେଖ୍ ଜିଲାପାଳଙ୍କୁ ନିର୍ଦେଶ ଦେଇଥିବା ବେଳେ କୃଷି ଓ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ଯୁଗ୍ମ ଭାବେ କ୍ଷେତ୍ରକୁ ଯାଇ କ୍ଷତି ଆକଳନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏସଆରସିଙ୍କ ପରାମର୍ଶ ପରେ ଗୁରୁବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲାର ଜିଲା କୃଷି ଅଧିକାରୀ ଏବଂ ଉଦ୍ୟାନ ଉପନିର୍ଦେଶକଙ୍କୁ ଚିଠି ଲେଖ୍ ଶସ୍ୟ ଓ ପନିପରିବା ଫସଲ କ୍ଷତି ଉପରେ ଆକଳନ କରିବାକୁ କ‌ହିଛନ୍ତି। ଡିସେମ୍ବର ୭ ରୁ ୧୧ ତାରିଖ ମଧ୍ୟରେ ଆକଳନ କରି ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି।

Leave A Reply

Your email address will not be published.

seventeen + sixteen =