ଉଦ୍ୟାନ କୃଷିଜାତ ଦ୍ରବ୍ୟର ସୁରକ୍ଷା ପାଇଁ କୃଷି ମନ୍ତ୍ରୀଙ୍କ ପରାମର୍ଶ

0

ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନର ସମୀକ୍ଷା ବୈଠକରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଧ୍ୟକ୍ଷତା କରିଛନ୍ତି ।

ସେ ତାଙ୍କ ବକ୍ତବ୍ୟରେ , ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରାଯାଇପାରିବ । ଏହା ଦ୍ୱାରା ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ । ଫଳ ଓ ପନିପରିବାର ଉପଯୁକ୍ତ ସଂରକ୍ଷଣ ଦ୍ୱାରା ବିକ୍ରିରୁ ଅଧିକ ଆୟ ମିଳିପାରିବ । ଏହା ଦ୍ୱାରା ହିତାଧିକାରୀଙ୍କୁ ବିଦ୍ୟୁତ ଶୁଳ୍କରୁ ରକ୍ଷା ମିଳିବା ସହ ଯେପରି ସୌରଚାଳିତ ବିଦ୍ୟୁତର ଅଧିକ ଉପଯୋଗ ହୋଇପାରିବ ବୋଲି କହିଛନ୍ତି ।

nano urea

ଏହି ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଉଦ୍ୟାନ କୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ନିବନ୍ଧକ, ସମବାୟ ସମିତି ସମୂହ, ଓରେଡ଼ାର କର୍ତ୍ତୃପକ୍ଷ, ଓଡ଼ିଆ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌, କୃଷି ଇଂଜିନିୟର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେଇଥିଲେ ।

Leave A Reply

Your email address will not be published.

11 − 10 =