କିଛି କଥା ପୁରୁଣା ବର୍ଷର

ମାସ ପରେ ମାସ ଆସେ , ଠିକ୍ ସେମିତି ବର୍ଷ ପରେ ବର୍ଷ। ଏହା ତ ସଂସାରର ନିୟମ । ଏହାରି ଭିତରେ ଆମେ ପୁରୁଣା ବର୍ଷକୁ ବିଦାୟ ନେଇ ନୂଆ ବର୍ଷ କୁ ସ୍ଵାଗତ କରୁ। ପୁରୁଣା ବର୍ଷର ଅନେକ କିଛି ଆମ ସ୍ମୃତି ହୋଇ ରହେ। ଆଉ ଏହାକୁ ସାଥ କରି ନୂଆ ବର୍ଷରେ ଆଉ କିଛି ନୂଆ କରିବାକୁ ସଂକଳ୍ପ ନେଉ। ଏହାରି ଭିତରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଏହି ବର୍ଷ ଅନେକ କିଛି ସ୍ମୃତିକୁ ସାଇତି ରଖିଛି। ବର୍ଷ ତମାମ ଭିତରେ ୪୫୦ରୁ ଅଧିକ ଚାଷୀ ଆମ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଛନ୍ତି। ସାମାଜିକ କାର୍ଯ୍ୟକ୍ରମ ଦ୍ଵାରା ଆମେ ଜଗତସିଂହପୁରର ବିଭିନ୍ନ ବ୍ଲକ ରେ ଚାଷୀ ମାନଙ୍କ ସହ ଯୋଡ଼ି ହୋଇ ପାରିଛୁ। ପ୍ରଥମ କରି ଓଡ଼ିଶାରେ ଯୁବ ଛାତ୍ର ଙ୍କୁ ନେଇ ମେ ୭ରେ କୃଷି ସମ୍ମିଳନୀ ଆୟୋଜନ କରାଯାଇଥିଲା । ୧୦୦ ଜଣ ସଫଳ ଚାଷୀଙ୍କୁ ନେଇ ତିନୋଟି ପ୍ୟାନେଲ ରେ ଆଲୋଚନା କରାଯାଇଥିଲା। ୫ ଜଣ ସଫଳ କୃଷକ , କୃଷି ଉଦ୍ୟୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ ମିଶନ ଓ ମିଶନ ଶକ୍ତିର ଅନେକ ସଫଳ କାହାଣୀ କୁ ଆମେ ଲୋକଙ୍କ ପାଖରେ ଉପଲବ୍ଧ କରାଇଛୁ । ଏହା ସହ କେଉଁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ସୃଷ୍ଟି ସଂସ୍ଥାର ସହଯୋଗରେ ଅନେକ କାର୍ଯ୍ୟକ୍ରମ କରିଛୁ। ତେବେ ଏସବୁ ସହ ଆହୁରି ଅନେକ ଚାଷୀଙ୍କ ଆଶୀର୍ବାଦ ପାଇଛୁ। ଅନେକ କିଛି ଶିଖିଲୁ ଓ ଆଗକୁ ଶିଖିବୁ। ଏସବୁ କୁ ସାଙ୍ଗରେ ନେଇ ଆମେ ଅଧିକରୁ ଅଧିକ ଚାଷୀଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ ଜାରି ରଖିବୁ। ଆମ ତରଫରୁ ରାଜ୍ୟର ଅଗଣିତ ଚାଷୀ ଭାଇ ଓ ସମସ୍ତଙ୍କୁ ଅନେକ ଶୁଭେଛା ଓ ଅଭିନନ୍ଦନ। ନବବର୍ଷ ସଭିଙ୍କ ପାଇଁ ମଙ୍ଗଳମୟ ହେଉ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×