ମହୁ ଚାଷର ଉପକାରିତା

0

ମହୁ ଅତି ମୂଲ୍ୟବାନ ଓ ଏହାର ଆବଶ୍ୟକତା ସମସ୍ତେ ଜାଣନ୍ତି । ମହୁକୁ ପୂଜା କ୍ଷେତ୍ରରେ, ସାଧାରଣ ଖାଦ୍ୟ ଓ ଆୟୁର୍ବେଦିକ ଔଷଧ ରେ ବ୍ୟବହାର କରାଯାଏ । ପ୍ରାକୃତିକ ଓ ବିଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକା (୧ କି.ଗ୍ରା. ସପ୍ତଫେଣୀ ମହୁମାଛି ମହୁ ର ମୂଲ୍ୟ ୪୦୦ ରୁ ୬୦୦ ଟଙ୍କା –) । ୧୦ ଚାମଚ ମହୁ ରୁ ମିଳୁଥିବା ଉର୍ଯା ୧.୫ ଲିଟର କ୍ଷୀର, ୮ଟି କମଳା, ୧୦ ଟି ଅଣ୍ଡା, ୧.୬ କି.ଗ୍ରା. ଛେନା ଓ ୩୦୦ ଗ୍ରାମ ମାଂସ ରୁ ମିଳିବା ଉର୍ଯା ସହ ସମାନ । ମହୁକୁ ବିଭିନ୍ନ ରୋଗର ପ୍ରତିରୋଧକ ଓ ନିରାକରଣ ପାଇଁ ବ୍ୟବହାର କରାଯାଏ ।

ମହମ:- ପୁରୁଣା ଫେଣା କିମ୍ବା ମହମ ସୁଲଭ ସଂକ୍ରମିତ ଫେଣାକୁ କୁ ବ୍ୟବହାର କରି ମହମ ପ୍ରସ୍ତୁତି କରାଯାଇ ପାରିବ । ୧ କି.ଗ୍ରା. ମହମ ର ମୂଲ୍ୟ- ୩୦୦ଟଙ୍କା । ମହମ କୁ ବିଭିନ୍ନ ପ୍ରସାଧନ ସାମଗ୍ରୀ, ଲିପ୍ସ୍ଟିକ, ମଲମ ଓ ବିଭିନ୍ନ ପ୍ରକାର ପୋଲିଶ ରେ ବ୍ୟବହାର କରାଯାଏ ।

nano urea

ବିଭାଜିତ ଦଳ:- ପ୍ରତ୍ୟେକ ବର୍ଷ ଆମେ ଗୋଟିଏ ମାଛି ଦଳରୁ ଗୋଟିଏ ଦୁଇଟା ଅଧିକା ଦଳ ପାଇପାରିବା । ଆମେ ଏହି ଦଳ ଦ୍ୱାରା ନିଜର ମହୁ ବ୍ୟବସାୟକୁ ବଢାଇପାରିବା କିମ୍ବା ଏହି ଦଳ ଗୁଡିକୁ ଅନ୍ୟ ମହୁଚାଷୀଙ୍କୁ ବିକ୍ରି କରିପାରିବା (ଗୋଟିଏ ମାଛି ଦଳର ମୂଲ୍ୟ – ୮୦୦ଟଙ୍କା) ।
ଏତଦବ୍ୟତୀତ ଆମେ ପ୍ରୋପୋଲିସ, ରୋୟାଲ ଜେଲୀ, ପରାଗରେଣୁ, ମାଛିର ଦଂଶନ ବିଷ କୁ ବାହାର କରି ମଧ୍ୟ ବିକ୍ରି କରିପାରିବା ଯାହାର ଅନେକ ଔଷଧୀୟ ଗୁଣ ରହିଛି ।
ପରୋକ୍ଷଭାବରେ ଏହି ପରାଗସଙ୍ଗମକାରୀ ମହୁମାଛିମାନଙ୍କୁ ଆମେ ପରାଗସଙ୍ଗମରେ ନିଯୋଜିତ କରି ଅଧିକ ଗୁଣବତ୍ତର ଓ ଅଧିକ ପରିମାଣର ଖାଦ୍‌ଯ ଉତ୍ପାଦନ କରିପାରିବା । ବିଭିନ୍ନ ଗବେଷଣା ରୁ ଜଣାପଡିଛି ଯେ ମହୁମାଛି ର ଉପସ୍ଥିତି ଓ ଏହାର ପରାଗସଂଗମ ଯୋଗୁଁ ସୋରିଷରେ ୧୦.୬ ପ୍ରତିଶତ, ରାଶି (୨୫ପ୍ରତିଶତ), ଅଳସୀ (୩୩ ପ୍ରତିଶତ) ଓ ସୂର୍ଯମୁଖୀରେ ୭୯ ପ୍ରତିଶତ ଅଧିକ ଉତ୍ପାଦନ ସହ ଏଥିରୁ ଅମଳ ଖାଦ୍ୟ ଶ୍ରେୟସ୍କର ରହିଥାଏ ।
ସ୍ୱଳ୍ପ ଅର୍ଥ ବିନିଯୋଗ, ଅବ୍ୟବହୃତ ସ୍ଥାନ, ସ୍ୱଳ୍ପ ସମୟ ଓ ପର୍ଯ୍ୟବେକ୍ଷଣ ଦ୍ୱାରା ମହୁ ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟର ବ୍ୟବସାୟ କରି ଅଧିକ ଖାଦ୍ୟ ଶସ୍ୟ ଅମଳର ସ୍ୱତନ୍ତ୍ର ପ୍ରକଳ୍ପ ହେଲା ମହୁଚାଷ ଓ ଏହା ଅତ୍ୟନ୍ତ ଲାଭଦାୟକ ।

ତଥ୍ୟ ସହାୟତା : ଦୀପାୟନ ପାଢୀ

Leave A Reply

Your email address will not be published.

three × five =