ଲଙ୍କା ଚାଷୀଙ୍କ ସଫଳ କାହାଣୀ

0

ଆମ ରାଜ୍ୟର ବହୁ ଚାଷୀ ଧାନ ଚାଷ ସହିତ ଅନ୍ୟ ଭିନ୍ନ ଭିନ୍ନ ପ୍ରକାର ପରିବା ଚାଷ ମଧ୍ୟ କରିଥାନ୍ତି । ସରକାର ଏବଂ କୃଷି ବିଭାଗ ମଧ୍ୟ ଏକ ପ୍ରକାର ଚାଷ କରିବା ବଦଳରେ ଫସଲ ବିବିଧିକରଣ ପ୍ରଣାଳୀ ଅବଲମ୍ବନ କରି ବିଭିନ୍ନ ପ୍ରକାରର ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଫସଲ ବିବିଧିକରଣ ଏକ ଲାଭ ଦାୟକ କୃଷିକାର୍ଯ୍ୟ ହୋଇଥାଏ ।

nano urea

ନିକଟରେ ବଲାଙ୍ଗୀର ଜିଲ୍ଲା କୁଟାସିଂହା ପଞ୍ଚାୟତ କଣ୍ଟାପାଲି ଗାଁର ବଳିଷ୍ଠ ପଧାନ ଜଣେ ସଫଳ ଚାଷୀ ଭାବେ ନାଁ କରିଛନ୍ତି । ତେବେ ତାଙ୍କ କହିବା ଅନୁସାରେ ସେ ଲଙ୍କା ଚାଷ ସହିତ ବର୍ଷକ ମଧ୍ୟରେ ଅନ୍ୟାନ୍ୟ ମିଶ୍ରିତ ଚାଷ ମଧ୍ୟ କରନ୍ତି । ଲଙ୍କା ଚାଷରେ କମ୍ ଖର୍ଜରୁ ଅଧିକ ଲାଭ ମିଳୁଥୁବାରୁ, ସେ ଏହି ଚାଷ କରିବାକୁ ମନ ବଳାଇଥିଲେ ।

ଲଙ୍କା ଏକ ନିଶ୍ଚିତ ଭାବେ ଲାଭଜନକ ପରିବା କାରଣ ଏହାକୁ ଥରେ ଲଗେଇଲେ ଛଅ ମାସରୁ ଅଧିକ ଦିନ ପର୍ଯନ୍ତ ଅମଳ ହୋଇଥାଏ, ସେଥିପାଇଁ ବଳିଷ୍ଠ ଲଙ୍କା ଚାଷକୁ ଅଧିକ ପ୍ରାଧାନ୍ୟ ଦେଇଆସୁଛନ୍ତି । ପୂର୍ବରୁ ସେ ତିନି ଏକର ଜମିରେ ଧାନ ଚାଷ କରୁଥିଲେ ଏଥୁରୁ କମ୍ ଲାଭ ମିଳିବାରୁ ସେ ୫୦୦ ମନ୍ଦା ଲଙ୍କା ଗଛ ଲଗେଇ ଅଧିକ ସଫଳ ହେଲେ । ସେ ଦୀର୍ଘ ୩୦ବର୍ଷ ହେଲା ଏହି ଲଙ୍କା ଚାଷ କରି ଭଲ ରୋଜଗାର ମଧ୍ୟ କରୁଛନ୍ତି । ଏବେ ସେ ଏକ ଏକର ଜମିରେ ଲଙ୍କା ଚାଷ ସହିତ ଅଧ ଏକର ଜମିରେ ମିଶ୍ରିତ ପନିପରିବା କରିଛନ୍ତି । ପତ୍ନୀ ଓ ଚାରି ପୁଅ ତାଙ୍କୁ ଚାଷରେ ସହଯୋଗ କରନ୍ତି । ଆରମର, କ୍ରିଷ୍ଣା, ଲାଲ୍‌ଚହଟ ଭଳି ଉନ୍ନ‌ତ କିସମ ବ୍ୟବହାର କରି ସେ ଲଙ୍କାଚାଷ କରନ୍ତି । ଏହା ବର୍ଷ ସାରା ଅମଳ ଦେଉଥିବାରୁ ଲକ୍ଷାଧିକ ଟଙ୍କା ରୋଜଗାର ହୋଇଥାଏ ବୋଲି ସେ କୁହନ୍ତି । ସେ ସରକାରଙ୍କ ଉଠା ଜଳସେଚନ ବିଭାଗ ସହାୟତାରେ ଏକ ଗଭୀର ନଳକୂପ ଖନନ ମଧ୍ୟ କରିଛନ୍ତି । ପ୍ରତିଦିନ ଲଙ୍କା ତୋଳି ପାଖ ଅଞ୍ଚଳରେ ବିକ୍ରି କରନ୍ତି । ଏନେଇ ବଳିଷ୍ଠ କୁହନ୍ତି, ବର୍ଷ ସାରା ଲଙ୍କାଚାଷର ଚାହିଦା ରହୁଥିବାରୁ ଏହି ଚାଷ କରି ଲାଭବାନ ହୋଇଛି । ଏଥିରୁ ବର୍ଷକୁ ଲକ୍ଷାଧିକ ରୋଜଗାର କରିହେଉଛି। ଚାଷ କାମକୁ ସହଜ କରିବାକୁ ବଳିଷ୍ଠ ଗୋଟିଏ ଟ୍ରାକ୍ଟର କିଣିଛନ୍ତି। ପଲିଥିନ୍ ସାହାଯ୍ୟରେ ଚାରା ପକାଇ ପନ୍ଦର ଦିନ ପରେ ବିଲରେ ଲଗାଯାଏ । ଗଛର ଚେର ଟିକେ ମାଟି ଭିତରକୁ ଗଲେ କୋଡ଼ାଖୁସା କରି ହିଡ଼ କରାଯାଏ ଏବଂ ୪୫ ଦିନରେ ଫୁଲ ଫଳ ଆସେ । ଏବେ ନୂତନ ଜ୍ଞାନ କୌଶଳରେ ଚାରା ଉତ୍ପାଦନ ଯତ୍ନ, ଜଳସେଚନ, କୀଟନାଶକ ସିଞ୍ଚନ ବ୍ୟବସ୍ଥା ହୋଇଥିବାରୁ ବେଶ୍ ଖୁସି ଲାଗୁଛି । ତେଣୁ କୃଷି ବିଭାଗ କିମ୍ବା ଉଦ୍ୟାନ ବିଭାଗରୁ କିଛି ପ୍ରୋତ୍ସାହନ ମିଳିଲେ ଭଲ ହୁଅନ୍ତା ବୋଲି କୁହନ୍ତି ବଳିଷ୍ଠ ।

Leave A Reply

Your email address will not be published.

2 × one =