ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ ସହ ଓରମାସ୍ ର ବୁଝାମଣାପତ୍ର ସ୍ବାକ୍ଷରିତ

0

ଗ୍ରାମୀଣ ବିକାଶ ଦିଗରେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିବା ଓରମାସ୍ ଆଉ ଏକ ଅଭିନବ ପଦକ୍ଷେପ ନେଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓରମାସ୍ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ସହିତ ୬ଟି ବୁଝାମଣାପତ୍ର ସ୍ବାକ୍ଷର କରିଛି । ଲୁଧିଆନା ସ୍ଥିତ ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ (ଆଇଆଇଏମଆର), ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ( ସିଡାକ୍), ବିଶ୍ଵ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି), ସରକାରୀ ର-ମାର୍କେଟ ପ୍ଲେସ୍(ଜି- ଇ-ଏମ୍). ଉଷା ଇଣ୍ଟରନ୍ୟାସନାଲ ଲିମିଟେଡ ଏବଂ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ(ଟିଡିସିସିଓଏଲ) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ।

nano urea

କୃଷକ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗ, ମହିଳା ଗୋଷ୍ଠୀ, ଗ୍ରାମୀଣ କାରିଗର, ସୁଧାର ଗୃହ ଅନ୍ତେବାସୀଙ୍କ ଦକ୍ଷତା ବିକାଶ, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦିର ଉନ୍ନତି ଦିଗରେ ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି । ତେବେ ଓରମାସ୍ ପକ୍ଷରୁ ନିର୍ଦ୍ଦେଶିକା ତଥା ସିଇଓ ଗୁହା ପୁନମ୍ ତାପସ କୁମାର ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ ଏବଂ ଏଥିରେ ସ୍ବାକ୍ଷରକାରୀ ସଂସ୍କାର ପ୍ରତିନିଧି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ I

Leave A Reply

Your email address will not be published.

13 − 1 =