ଓଡ଼ିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ସଂଗ୍ରହ – କେନ୍ଦ୍ରମନ୍ତ୍ରୀ

0

ରାଜ୍ୟ ସରକାର ଖାଉଟି ବିତରଣ ବ୍ୟବସ୍ଥା ଏବଂ ଅନ୍ୟ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଚାଉଳ ରଖିବା ପରେ ବଳକା ଚାଉଳ ଏଫ୍‌ସିଆଇକୁ ହସ୍ତାନ୍ତର କରିଥାନ୍ତି । ଓଡ଼ିଶାରୁ ବଳକା ଚାଉଳ ସଂଗ୍ରହ ପାଇଁ ଭାରତୀୟ ଖାଦ୍ୟ ନିଗମ ନିକଟରେ ପର୍ଯ୍ୟାପ୍ତ ସଂରକ୍ଷଣ ସ୍ଥାନ ରହିଛି । ତେବେ କେନ୍ଦ୍ରୀୟ ପୁଲରେ ରଖିବା ପାଇଁ ରାଜ୍ୟ ସରକାରଙ୍କଠାରୁ ଦେଶର ଆବଶ୍ୟକତା ପୂରଣ ନିମନ୍ତେ ବଳକା ଚାଉଳ ସଂଗ୍ରହ କରାଯିବ କି ନାହିଁ, ତାହା ନିର୍ଦ୍ଧାରଣ କରିବା ନିଷ୍ପଭି ଏଫ୍‌ସିଆଇ ଉପରେ ନ୍ୟସ୍ତ କରାଯାଇଛି । ରାଜ୍ୟରୁ ତ୍ବରିତ ଚାଉଳ ସଂଗ୍ରହ ପାଇଁ ଏଫ୍ ସିଆଇ ପ୍ରସ୍ତୁତ ବୋଲି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଖାଉଟି ବିତରଣ ରାଷ୍ଟ୍ର ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି କହିଛନ୍ତି ।

nano urea

ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓଡ଼ିଶାରୁ ବଳକା ଚାଉଳ ସଂଗ୍ରହ ନେଇ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ବଳକା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ୨୦୨୨ ଡିସେମ୍ବରରୁ ୨୦୨୪ ଜାନୁଆରୀ ମଧ୍ୟରେ ୨୨.୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରାଜ୍ୟ ସରକାର ପ୍ରଦାନ କରିଥିଲେ । ସେହିପରି ୨୦୨୩-୨୪ ଖରିଫ୍ ଋତୁରେ ଅର୍ଥାତ୍ ୨୦୨୩ ଡିସେମ୍ବର ମାସରୁ ୨୦୨୪ ଜାନୁଆରୀ ମଧ୍ୟରେ ୧.୦୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପ୍ରଦାନ କରାଯାଇଥିଲା । ଏହି ଖରିଫ୍‌ରେ ୧୦ ଲକ୍ଷ ମେଟ୍ରିକ୍ ଟନ୍‌ ବଳକା ପୁଷ୍ଟିଯୁକ୍ତ ଉଷୁନା ଚାଉଳ ପ୍ରଦାନ ପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

2 × five =