ସମୃଦ୍ଧ କୃଷକ , ସମୃଦ୍ଧ ଓଡ଼ିଶା

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ରାଜ୍ୟର କୃଷକଙ୍କ ଆୟ ବୃଦ୍ଧି ସହ ବଜାର ପ୍ରବେଶକୁ ସୁଦୃଢ କରିବାରେ ବିଶେଷ ସହାୟକ ହେଉଛି। ଏହି ପର୍ଯ୍ୟାୟନୁକ୍ରମେ ରାଜ୍ୟର ଅନେକ କୃଷି ସଂପୃକ୍ତ ସଂଗଠନ ଯୋଡ଼ି ହୋଇ ରହିଛନ୍ତି। କୃଷି ଉତ୍ପାଦକ ସଂଗଠନ ମଧ୍ୟରେ ୫୦୦ ସଦସ୍ୟଙ୍କୁ ନେଇ ୨୦୨୧ ମସିହାରେ ପଞ୍ଜୀକୃତ ହୋଇଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆଖଣ୍ଡଳମଣି କୃଷକ ଉତ୍ପାଦକ କମ୍ପାନୀ ବାଣିଜ୍ୟିକ ଅଭିବୃଦ୍ଧି ସହ ସାମାଜିକ ସଶକ୍ତିକରଣ ପାଇଁ ଏକ ମୁଖ୍ୟ ମାଧ୍ୟମ ରହିଛି। ଯାହାକି ଚାଷୀଙ୍କୁ ସ୍ଥାୟୀ ଆୟ ଆର୍ଥିକ ସ୍ଥିରତା ଏବଂ ଜୀବନର ଉତ୍ତମ ଗୁଣବତ୍ତା ପ୍ରଦାନ କରିଛି।

ରବି ଏବଂ ଖରିଫ ଫସଲ ସହ ପନିପରିବା, କୁକୁଡ଼ା ପାଳନ ଆଦିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହାଦ୍ବାରା ଦକ୍ଷତା ବିକାଶ ସହ ସଦସ୍ୟଙ୍କ ଜୀବନକୁ ପରିବର୍ତ୍ତିତ କରିବାରେ ସହାୟକ ହୋଇପାରିଛି। ଏହି କମ୍ପାନୀର ବାର୍ଷିକ କାରବାର ୨୦୨୩-୨୪ ସମୟରେ ପ୍ରାୟ ୩୮ ଲକ୍ଷ ଥିଲା ବେଳେ ବର୍ତ୍ତମାନ ସେଥିରେ ଅଭିବୃଦ୍ଧି ଘଟି ପ୍ରାୟ ୭୧ ଲକ୍ଷରେ ପହଞ୍ଚିଥିବା ନେଇ ଓୟୁଏଟି ପକ୍ଷରୁ ଜଣାପଡିଛି। ଏହି ମାଧ୍ୟମରେ କୃଷକ ସଦସ୍ୟ ଆଧୁନିକ ଜ୍ଞାନକୌଶଳ ଓ କୃଷି ପଦ୍ଧତିକୁ ଅନୁସରଣ କରି ଲାଭାନ୍ଵିତ ହୋଇପାରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×