ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୫୦ ଜଣ ମିଶନ ଶକ୍ତି ମହିଳା

0

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ମିଶନ ଶକ୍ତି ମା’ ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଶନ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ଚାଷୀ ଓ ମହିଳାମାନେ ସମସ୍ତେ ଉପକୃତ ହେଉଛନ୍ତି।

nano urea

ଏହାଦ୍ୱାରା ସେମାନଙ୍କ ରୋଜଗାର ବଢ଼ିଛି ବୋଲି ମା’ମାନେ କହିଛନ୍ତି। ୭୦ ଲକ୍ଷ୍ୟ ମହିଳା ମିଶନ ଶକ୍ତି ରେ ଯୋଗଦେଇ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆର ବହୁ ଉପଯୋଗ କରିପାରିଛନ୍ତି । ମାଣ୍ଡିଆ ଚାଷଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (ଫାର୍ମ ଟୁ ପ୍ଲେଟ୍) ମାଣ୍ଡିଆ ଫୁଡ୍ ଚେନ୍‌ ବିଭିନ୍ନ ସ୍ତରରେ ଏହି ମା’ମାନେ ଯେଡ଼ି ହୋଇ କାମ କରୁଛନ୍ତି। ଖାଲି ଓଡ଼ିଶା କିମ୍ବା ଭାରତ ନୁହେଁ , ସାରା ବିଶ୍ବରେ ତଥା ଦୁବାଇ ଭଳି ଦେଶରେ ମଧ୍ୟ ମିଲେଟ ର ବ୍ୟବହାର ହୋଇପାରିଛି । ମିଶନ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବା । ଏ ଦିଗରେ ଆହୁରି ସକ୍ରିୟ ହୋଇ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.

nine + seventeen =