ମିଲେଟ୍ସକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ : ରାଜ୍ୟପାଳ

0

ମିଲେଟ୍ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ସାରା ବିଶ୍ବରେ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଯାହା ଫଳରେ ଏହା ଲୋକ ସମ୍ମୁଖକୁ ଆସିପାରିଛି । ମିଲେଟ୍ସ ଭଳି ଏକ ଅଜଣା ଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ । ଓଡ଼ିଶାର କୃଷକ ଏବଂ ସ୍ଵଂୟ ସହାୟକ ଗୋଷ୍ଠୀର କଠିନ ପ୍ରୟାସ ଏହାକୁ ସାରା ବିଶ୍ୱରେ ନାମ କରଣ କରିପାରିଛି। ଏହାକୁ ପ୍ରୋତ୍ସାହନ ଦେବାରେ ସାରା ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ରହିଆସିଛି । ଜନତା ମଇଦାନରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀରେ ରାଜ୍ୟପାଳ ରଘୁବୀର ଦାସ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଏହା ମତ ପ୍ରଦାନ କରିଥିଲେ ।

ନିତି ଆୟୋଗ ଓ ଭାରତ ସରକାର ଓଡ଼ିଶା ମିଲେଟ୍ ମିଶନକୁ ପ୍ରଶଂସା କରି ବିଭିନ୍ନ ରାଜ୍ୟରେ ଏହାକୁ ପ୍ରୟୋଗ କ୍ଷେତ୍ରରେ ଏକ ମଡେଲ ଭାବେ ଚିହ୍ନଟ କରିଛନ୍ତି। ଯାହାକୁ ପୂରା ଭାରତ, ଆଫ୍ରିକା ଓ ଦକ୍ଷିଣ ବିଶ୍ଵରେ ପ୍ରୟୋଗ କରାଯାଇପାରିବ।
ଶୁଷ୍କ ଅଞ୍ଚଳ ଏବଂ ବହୁ କମ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ।

nano urea

ଚାଉଳ ଏବଂ ଗହମ ତୁଳନାରେ ଏଥରେ ଅଧିକ ସୂକ୍ଷ୍ମ ପୋଷକ ତତ୍ତ୍ୱ ରହିଛି ଏବଂ ପ୍ରୋଟିନ୍‌ର ମାତ୍ରା ମଧ୍ୟ ଅଧିକ ରହିଥାଏ ବୋଲି ଶ୍ରୀ ଦାସ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ମତ ରଖିଥିଲେ ।

ଅନ୍ୟତମ ଅତିଥି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ପୁଷ୍ଟି ଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଓଡ଼ିଶା ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମିଲେଟ୍‌ ଉତ୍ପାଦନ ଓ ପ୍ରକ୍ରିୟାକରଣ ଲୋକଙ୍କ ଖାଦ୍ୟ ଥାଳିରେ ପରସା ଯିବାକୁ ଏକ ନୂଆ ଦିଗ ଦେଇଛି। ଏହାସହ ଚାଷୀ ଭାଇ ଓ ଭଉଣୀମାନଙ୍କର ଆୟବୃଦ୍ଧି ଓ ମହିଳା ସଶସ୍ତୀକରଣ ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର ସାବ୍ୟସ୍ତ ହୋଇଛି। ସମାରୋହର ସମ୍ମାନିତ ଅତିଥ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିବା ଅନୁସାରେ, ମାଣ୍ଡିଆର ପୌଷ୍ଟିକତା ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା, ଓଡ଼ିଶା ମିଲେଟସ ମିଶନର ସଫଳତା ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ମତରେ ଓଡ଼ିଶା ମିଲେଟ ମିଶନ ପରି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭାରତବର୍ଷରେ ନେତୃତ୍ବ ପ୍ରଦାନ କରୁଛି | ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ମାଣ୍ଡିଆର ପ୍ରଚାରପ୍ରସାର ଓ ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପହଞ୍ଚାଇବା ଦିଗରେ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହତ୍ତ୍ୱପୂର୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ‘ଫିକି’ର ସଭାପତି ଶୁଭକାନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା ଉପସ୍ଥିତ ଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀ ଉପଲକ୍ଷେ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ମିଲେଟ୍ ବିଶୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

nine + 1 =