କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

0

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌କୁ ସହରାଞ୍ଚଳବାସୀଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍‌ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି ।

nano urea

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବହୁ ଅଧିକାରୀ ଓ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଏହା ଉଦ୍ଘାଟନ ହୋଇଛି ।

Leave A Reply

Your email address will not be published.

12 − four =