ଓଡ଼ିଶାର ଯୁବ ସଫଳ ମାଣ୍ଡିଆ ଚାଷୀ : ରଞ୍ଜନ ଇନ୍ଦୁଆର

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଗ୍ରାମର ରଞ୍ଜନ ଇନ୍ଦୁଆର ଜଣେ ଯୁବ ସଫଳ ମାଣ୍ଡିଆ ଚାଷୀ ଭାବେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୨୦୨୩ ମସିହାରେ ରଞ୍ଜନ ଶ୍ରୀ ଅନ୍ନ ଅଭିଯାନ ତରଫରୁ ଆୟୋଜିତ ପୁଷ୍ଟିଶସ୍ୟ ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଦ୍ଧତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ନିଜର ୩ ଏକର ଜମିରେ ମାଣ୍ଡିଆ ଚାଷ ଏବଂ ୪ ଏକର ଜମିରେ ଜହ୍ନା ଚାଷ କରି ବେଶ୍ ଲାଭବାନ ହୋଇପାରିଛନ୍ତି। ଏହାସହ ଉତ୍ପାଦିତ ମାଣ୍ଡିଆରୁ ନିଜ ଖାଦ୍ୟ ପାଇଁ ରଖି ବଳକା ୧୧ କ୍ଵିଣ୍ଟାଲ ମଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରିଛନ୍ତି। ଆଜିକାଲି ରାଜ୍ୟରେ ଚାଷକାମ ପ୍ରତି ଯୁବପିଢିମାନେ ମୁହଁ ଫେରାଇ ନେଉଥିବା ବେଳେ ରଞ୍ଜନ ମାଣ୍ଡିଆ ଚାଷ କରି ସଫଳ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି। ଖୁବ୍ କମ୍ ବୟସରୁ ସେ ଚାଷକୁ ପେଶା ଭାବେ ଆପଣେଇ ଓଡ଼ିଶାର ସୁନ୍ଦରଗଡ଼ ମାଟିର ଏକ ସଫଳ ଯୁବ ଚାଷୀ ପାଲଟିଛନ୍ତି ଏବଂ ମାଣ୍ଡିଆ ଚାଷର ପ୍ରୋତ୍ସାହନ ଦିଗରେ ଏକ ମଙ୍ଗୁଆଳ ମଧ୍ୟ ସାଜିଛନ୍ତି। ଧାନ ଚାଷ ଅପେକ୍ଷା ମାଣ୍ଡିଆ ଚାଷକୁ ନିଜକୁ ବୃତ୍ତି ଭାବି ଗୋଟେ ପରେ ଗୋଟେ ଚାଷ ନିଜକୁ ସଫଳ ବିବେଚିତ କରିଆସୁଛନ୍ତି। ସେମାନଙ୍କୁ ଶ୍ରୀ ଅନ୍ନ ଅଭିଯାନ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରିଆସୁଛି। ଏହି ଅଭିଯାନ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ପ୍ରଣାଳୀ, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ବିଷୟରେ ପ୍ରଶିକ୍ଷଣ ମଧ୍ୟ ଦେଉଛି।

0
Leave A Reply

Your email address will not be published.

15 − seven =