ଆ ଜହ୍ନ ମାମୁଁ ସରଗ ଶଶୀ ।
ମୋ କ୍ଷେତ ସବୁକୁ ଜଗିଥା ବସି।।
ମରୁଡି ହେଉ କି ଝଡି ବରଷି।
ଖବର ଦେବୁ ତୁ ଆଗରୁ ଆସି।।
ଘରେ ଛୁଆ ମୋର ରହିଛି ବସି।
କ୍ଷେତ ରୁ ନେଉଛି କାଁକ୍ଡ଼ କସି ।।
କାଳିଆ ଯୋଜନା ଆମକୁ ବାସି।
ମିଳିଵ କି ନାହିଁ ରହିଛି ବସି ।।
ବଡ଼ ଵଡ଼ିଆଙ୍କ ଖାତାରେ ପଶି।
କାଳିଆ ଟଙ୍କା ଟା ଉଡ଼ଇ ବେଶି।।
ବେଳ ନାହିଁ ଆମ ପାଖରେ ବେଶି ।
କ୍ଷେତ ଡାକିଲାଣି ମଉସା ମାଉସୀ।
କଥାଟେ କହୁଛି ମୁରୁକି ହସି ।
ଯେତେ ପାରୁ ଥାଅ ମୋତେ କଷ୍ଟ ଦିଅ ସହିବି ସବୁ ମୁଁ ପାଣିରେ ପଶି।।
ହେଲେ ତମେ ମୋତେ ଧୋକା ଦେବ ନାହିଁ ବ୍ୟବହାର କର ଜୈବିକ କୃଷି ।।
ପାଇବ ଅମଳ ଅଧିକ ବେଶି ।
ସ୍ବାସ୍ଥ୍ୟ ଭଲ ସହ ସକଳ ଖୁସି।।
ଝୁରି ହେଉଛନ୍ତି ପୃଥିବୀ ବାସୀ।
ତୁମେ ଅନ୍ନଦାତା ମୋ ପ୍ରିୟ ଚାଷୀ।।
ଜ୍ୟୋତି ପ୍ରକାଶ ଦାଶ , ରରୁଆଁ , ମୟୂରଭଂଜ

It is a movement for encouraging farmers of Odisha in the time of Political rule. Thanks a lot Jay kishan.