ଶସ୍ୟ ସଂରକ୍ଷଣ-୯

0

ଟମାଟୋ ଗଛରେ ଉକୁଣିଆ ପୋକ ସମସ୍ୟା ଓ ତାର ପ୍ରତିକାର

ପ୍ରତି ସୋମବାର ରୁଦ୍ର ପ୍ରତାପଙ୍କ ନିୟମିତ ସ୍ତମ୍ଭ – ଶସ୍ୟ ସଂରକ୍ଷଣ

ଏହା ଏକ ହଳଦିଆ ରଙ୍ଗ ର ଲମ୍ବାଳିଆ ପୋକ ଅଟେ ।ଗରମ ଏବଂ ଶୁଖିଲା ପାଗରେ ଏମାନଙ୍କ ପ୍ରାଦୁର୍ଭାବ ବେଶୀ ହେଇଥାଏ । ଉଭୟ ଲାର୍ଭା ଏବଂ ବୟସ୍କ ପୋକ ପତ୍ର ଗୁଡିକୁ ରାମ୍ପି ତାର ଟିସୁ ଖାଇଥାନ୍ତିଯାହାଫଳରେ ପତ୍ର ଉପରେ ରୂପେଲିରଙ୍ଗ ର ଚକଡ଼ାଚକଡ଼ାଦାଗ ସୃଷ୍ଟି ହେଇଯାଏ ।ବେଶୀ ସଂକ୍ରମଣହେଲେ ପତ୍ରଏବଂ ଫୁଲଗୁଡିକମୋଡ଼ି ମୋଡ଼ି ହେଇ ଲୋଚା ହେବାସହ ହଳଦିଆ ପଡ଼ିଯାଏ।ଫୁଲ ବିକଶିତହେବା ସମୟରେ ପୋକ ଲାଗିଲେ ଫଳଗୁଡିକର ଆକାରକମିଯାଏଏବଂ ଅମଳ କମହୁଏଆଉ ଏମାନେବିଭିନ୍ନପ୍ରକାର ରୋଗସୃଷ୍ଟିକାରୀଭୂତାଣୁ ର ବାହକ ଅଟନ୍ତି ।

nano urea
ଟମାଟୋ ଗଛରେ ଉକୁଣିଆ ପୋକ

ପରିଚାଳନା
• ପ୍ରତିରୋଧୀ କିସମର ବିହନ ଲଗାନ୍ତୁ।
• ବିହନବୁଣିବ ପୂର୍ବରୁ ପ୍ରତି କି.ଗ୍ରା ପିଛା 6 ଗ୍ରାମ ର 70.0 %ଥିଓମେଥୋକଜାମଡବ୍ଲୁ.ଏସ ଉପଚାର କରନ୍ତୁ ।
• ଭୁତାଣୁଦ୍ୱାରାସଂକ୍ରମିତ ଏବଂ ପୋକ ରହିଥିବା ଗଛ ପାଖେ ଫସଲ ଲଗାନ୍ତୁ ନାହିଁ ।
• ନିୟମିତଭାବେ ଜମିନିରୀକ୍ଷଣକରନ୍ତୁ ।
• ସଂକ୍ରମିତଗଛଏବଂ ତାର ଅବଶେଷକୁ ନଷ୍ଟ କରିଦିଅନ୍ତୁ ।
• ନିମ୍ବତେଲ କୁ ଗଛଉପରେସିଞ୍ଚନ କରନ୍ତୁ ।
• ପତ୍ରର ତଳପଟେ ପ୍ରାକୃତିକ ପାଇରେଥ୍ରୀନ ଏବଂ ସ୍ପିନୋସାଡ଼ ପ୍ରୟୋଗ କଲେ ହେବାକୁ ଯାଉଥିବା କ୍ଷତିକୁ କମ କରାଯାଇପାରିବ।

ରୁଦ୍ର ପ୍ରତାପ ସୁବୁଦ୍ଧି (ସହାକରୀ ପ୍ରାଧ୍ୟାପକ , ମିଟସ୍ , ରାୟଗଡ଼ା)

(ପ୍ରକାଶିତ ଆଲେଖ୍ୟଟି ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ନିଜସ୍ୱ । ଏଥିପାଇଁ ଶ୍ୟାମଳ ସୁବର୍ଣ୍ଣର ସମ୍ପାଦନା ମଣ୍ଡଳୀ ଦାୟୀ ରହିବେ ନାହିଁ । )

Leave A Reply

Your email address will not be published.

five × 4 =