ବିଶ୍ଵ ମତ୍ସ୍ୟ ଦିବସ – ୨୦୨୪

ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ପ୍ରତ୍ୟେକ ସଂଗଠନ ଓ ସମ୍ପ୍ରଦାୟ ପକ୍ଷରୁ ବିଶ୍ୱବ୍ୟାପୀ ଏହି ଦିବସ ଖୁବ୍‌ ସମାରୋହରେ ପାଳିତ ହୁଏ। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି। ପ୍ରତ୍ୟେକ ବିକାଶଶୀଳ ଦେଶଗୁଡିକର ପ୍ରଗତି ପଛରେ ମତ୍ସ୍ୟସମ୍ପଦର ଭୂମିକା ଉଲ୍ଲେଖନୀୟ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଶ୍ୱରେ ଥିବା ପ୍ରାକୃତିକ ଜଲଉତ୍ସ ଯଥା ସମୁଦ୍ର, ମଧୁର ଜଳ ଓ ଖାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟ ଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଲଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଲଉତ୍ସଗୁଡିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଉଭୟ ପ୍ରାକୃତିକ ଜଳଉତ୍ସ, ମତ୍ସ୍ୟ ସମ୍ପଦ, ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ପାଇଁ ସଚେତନତା ତଥା ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଏ। ଜଳସମ୍ପଦ, ମତ୍ସ୍ୟସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷାକୁ ଦୃଷ୍ଟି ଦିଆଯାଇ ପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ସଫଳ ହୋଇପାରିବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×