ବିଶ୍ବ ଛେନାପୋଡ଼ ଦିବସ

ଓଡ଼ିଶାର ଏକ ସ୍ବତନ୍ତ୍ର ତଥା ସୁଆଦିଆ ମିଠା ହେଉଛି ଛେନାପୋଡ଼। ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ବାଦାମୀ ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକେ ପସନ୍ଦ କରିଥାନ୍ତି। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଏହା ହେଉଛି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ।

ଛେନାପୋଡ କଥା ଆସିଲେ ସମସ୍ତେ ପ୍ରାୟ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ଛେନାପୋଡ଼, ଦେଖିଦେଲେ ଓ ଭାବିଦେଲେ ପାଟିରୁ ଗଡିଆସେ ଲାଳ। ଲୁତୁପୁତୁରେ ଭରା ଛେନାପୋଡ଼ କାହାର ବା ପସନ୍ଦ ନୁହେଁ। ପିଲାଠୁ ବୁଢ଼ା, ମେହନତି ମଣିଷଠୁ ଆରମ୍ଭ କରି ସେଲିବ୍ରିଟି,ସଭିଁଙ୍କ ଖାସ ମିଠା ଛେନାପୋଡ଼। ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା। ଏହି ସୁସ୍ୱାଦୁ ବ୍ୟଞ୍ଜନ ଯୁକ୍ତ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

Spread the love

Leave a Comment

Your email address will not be published. Required fields are marked *

Scroll to Top
×