ମକା ଚାଷ ପାଇଁ ଜରୁରୀ ସୂଚନା

0

ମକା ଚାଷର ପ୍ରୋତ୍ସାହନ ପାଇଁ କୃଷି ବିଭାଗ ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ମାଧ୍ୟମରେ ମକା କ୍ଲଷ୍ଟରର ପ୍ରଚାର ଓ ପ୍ରସାର କାର୍ଯ୍ୟ କରୁଛି। ସାଧାରଣତଃ ମକା ଚାଷ ପାଇଁ ନିଗିଡା, ବାଲିଆ, ଦୋରସା ଓ ପଟୁମାଟି ଆବଶ୍ୟକ ହୋଇଥାଏ। ମକା ଚାଷ ଶୀତ, ବର୍ଷା ଓ ଖରାଦିନେ ମଧ୍ୟ କରାଯାଇପାରେ। ବିଶେଷକରି ଶୀତ ଓ ଖରାଦିନେ ମକା ଚାଷ ପାଇଁ ଜଳସେଚନ ନିହାତି ଜରୁରୀ ହୋଇଥାଏ। ବିହନ ବୁଣିବା ପୂର୍ବରୁ ବିହନର ଗଜା ଶକ୍ତି ମଧ୍ୟ ପରୀକ୍ଷା କରିନେବା ଦରକାର।

nano urea

ମକା ବିଭିନ୍ନ କିସମର ମାଟିରେ ଚାଷ କରାଯାଇ ପାରିବ , କିନ୍ତୁ ଯେଉଁ ମାଟି ଅନ୍ତର୍ନିହିତ ଉର୍ବରତା ଏବଂ ଜଳଧାରଣ ଶକ୍ତି ଅଧିକ, ସେହି ମାଟି ମକା ଚାଷ ପାଇଁ ଉପଯୁକ୍ତ କ୍ଷାରିଆ ଓ ପାଣି କମୁଥିବା ମାଟି ମକା ଚାଷ ପାଇଁ ଉପଯୁକ୍ତ ନୁହେଁ। ରାସାୟନିକ ସାରର ବ୍ୟବହାର ମକାଚାଷ ପାଇଁ ଜରୁରୀ ଓ ଏହାର ପରିମାଣ ମାଟି ପରୀକ୍ଷା କରି ବ୍ୟବହାର କରାଯାଇଥାଏ । କାରଣ ଜମିରେ ଥିବା ଅନ୍ତର୍ନିହିତ ଉର୍ବରତା ଫସଲ ଖସଡା ଉପରେ ସାରର ପରିମାଣ ଆବଶ୍ୟକ ହୋଇଥାଏ। ବର୍ଷା ଏବଂ ମାଟିର ଜଳ ଧାରଣ ଶକ୍ତି ଉପରେ ଫସଲ ପାଣିରେ ଆବଶ୍ୟକତା କରିଥାଏ । ଅଧିକ ଜଳ ଜମିଲେ କିମ୍ବା ମାଟିର ଆର୍ଦ୍ରତା ହ୍ରାସ ପାଇଲେ ଗଛର କ୍ଷତି ହୋଇଥାଏ।

Leave A Reply

Your email address will not be published.

eleven + 11 =