ଉଦ୍ୟୋଗର ନବକିରଣ – ମହୁମାଛି ପାଳନ

0

ଗ୍ରାମୀଣ ଜୀବନରେ କୃଷିକୁ ପ୍ରାଥମିକତା ଦିଆଯାଏ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । କେବଳ ଶସ୍ୟ କି ତୈଳବୀଜ ଫସଲ ନୁହେଁ ବରଂ ଏହା ବ୍ୟତୀତ ଅନେକ କିଛି ଚାଷ ଏବର ସମୟରେ ଲୋକମାନଙ୍କୁ ଲାଭବାନ କରେଇପାରିଛି । ଧାନକୁ ମୁଖ୍ୟ ଫସଲ ଭାବେ ଚାଷ କରାଯାଉଥିବା ବେଳେ ପଶୁପାଳନ , ମହୁଚାଷ , ମତ୍ସ୍ୟଚାଷ ଏବେ ଚାଷୀମାନଙ୍କ ଗହଣରେ ବେଶ ଲୋକପ୍ରିୟ ହୋଇପାରିଛି । ବର୍ତ୍ତମାନ ସମୟରେ ମହୁମାଛି ପାଳନକୁ ଆଧାର କରି ଅନେକ ଅର୍ଥ ଉପାର୍ଜନ କରିପାରୁଛନ୍ତି । ଏହି ଉପକ୍ରମରେ ମହୁମାଛି ପାଳନକୁ ଚାଷୀ ମାନେ ଖୁବ ଅଗ୍ରାଧିକାର ଦେଉଛନ୍ତି । ମହୁମାଛି ପାଳନ ଦ୍ୱାରା ବହୁ ବେକାରୀ ଯୁବକ ନିଯୁକ୍ତି ପାଉଥିବା ବେଳେ ଏହା ଏବେ ବ୍ୟବସାୟର ରୂପ ନେଇଛି । ମହୁମାଛି ଚାଷ ପୂର୍ବରୂୁ ଏତେ ଲୋକଙ୍କ ଦ୍ୱାରା ଆଦୃତ ହୋଇନଥିବା ବେଳେ ବର୍ତ୍ତମାନ ସମୟରେ ଏହା ଏକ ସଫଳ ମାଧ୍ୟମ ଭାବେ ଉଭା ହୋଇଛି । ମହୁମାଛି ପାଳନ ଜଣଙ୍କୁ ଉଦ୍ୟୋଗୀ ହେବା ପାଇଁ ସାହାଯ୍ୟ କରିଥାଏ । ଆଧୁନିକ ମହୁମାଛି ପାଳନର ପ୍ରତିଷ୍ଠାତା ଆଣ୍ଟୋନ ଜନସାଙ୍କ ଜନ୍ମ ଦିବସକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଏ । ଅତି ପରିଚିତ ,ମୂଲ୍ୟବାନ ଓ ଅତି ଗବେଷିତ ସାମାଜିକ କୀଟ ହେଉଛି ମହୁମାଛି । ମହୁଚାଷର ମୂଳମନ୍ତ୍ରକୁ ଲୋକଲୋଚନକୁ ଆଣିବା ସହ ମହୁମାଛି ପାଳନର ଉପଯୋଗିତାକୁ ପ୍ରସାର କରିବା ବିଶ୍ୱ ମହୁମାଛି ଦିବସର ଲକ୍ଷ୍ୟ । କୃଷି କ୍ଷେତ୍ରରେ ମହୁମାଛି ପାଳନ ବା ମହୁଚାଷ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ । ମହୁମାଛି ପାଳନକୁ ନେଇ ବର୍ତ୍ତମାନ ଯୁବବର୍ଗଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି । ଏମିତି ବି ଏହା ଏବେ ଅନେକ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଛି । ବିଶ୍ୱ ମହୁମାଛି ଦିବସ ଅବସରରେ କଣ କୁହନ୍ତି କୃଷି ବିଜ୍ଞାନୀ ଓ ମହୁଚାଷ ଗବେଷକ ….

nano urea


• ଚଳିତ ବର୍ଷ ମହୁମାଛିର ସୁରକ୍ଷା,ମହୁମାଛି ଓ ଅନ୍ୟାନ୍ୟ ପରାଗସଙ୍ଗମକାରୀ ଜୀବ ଓ ସେମାନଙ୍କର ବାସ ସ୍ଥାନର ସୁରକ୍ଷା ବିଷୟରେ ଆଧାରିତ ବିଶ୍ୱ ମହୁମାଛି ଦିବସ ୨୦ ମେରେ ପାଳିତ ହେବାକୁ ଯାଉଅଛି ।ବର୍ତ୍ତମାନର କାରୋନା ସଂକ୍ରମଣ ପରିସ୍ଥିତିରେ ଯଦିଓ ବୃହତ ଆକାରରେ ଏହା ପାଳନ କରିବା ସମ୍ଭବ ନୁହେଁ,ତଥାପି ବିଭିନ୍ନ ସଂଗଠନ ନିମ୍ନ ଲିଖିତ ଉପାୟରେ ଏହି ଦିବସଟିକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଅଛି। ମହୁମାଛି ଓ ଅନ୍ୟାନ୍ୟ ପରାଗସଙ୍ଗମକାରୀ ଜୀବଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ସ୍ଥାନୀୟ ମହୁମାଛି ଚରା ବୃକ୍ଷର ମଞ୍ଜି ସଂଗ୍ରହ କରି ବୁଣନ୍ତୁ ବା ମହୁମାଛି ଉପଯୋଗୀ ଗଛ ରୋପଣ କରନ୍ତୁ । ଫସଲରେ ବିଷାକ୍ତ କୀଟନାଶକର ବ୍ୟବହାର କମ କରି ମହୁମାଛିକୁ ଫସଲରେ ପରାଗସଙ୍ଗମ କରିବାର ସୁଯୋଗ ଦିଅନ୍ତୁ । ଏହି ଦିନ ଅନ୍ୟ ଶର୍କରା ବଦଳରେ ମହୁ ବ୍ୟବହାର କରନ୍ତୁ । ସ୍ୱାଦର ପାର୍ଥକ୍ୟ ଉପଭୋଗ କରନ୍ତୁ । ବନ୍ଧୁ ,ପଡୋଶୀ ,ସହକର୍ମୀ ଓ ପରିବାର ପରିଜନଙ୍କୁ ମହୁ ଉପହାର ଭାବେ ଦିଅନ୍ତୁ । ଏହି ଦିନର ବିଶେଷତ୍ୱ ଅନ୍ୟ ମାନଙ୍କ ଅବଗତି ନିମନ୍ତେ ସାମାଜିକ ସଂଯୋଗ ମାଧ୍ୟମରେ ପ୍ରେରଣ କରନ୍ତୁ ।
• ଡଃ ଚିତ୍ତ ରଞ୍ଜନ ଶତପଥୀ
ପୂର୍ବତନ ପ୍ରଫେସର,କୀଟତତ୍ତ୍ୱବିଭାଗ,ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଓ ମୁଖ୍ୟ ଗବେଷକ, ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗସଙ୍ଗମକାରୀ କୀଟ ଗବେଷଣା ପ୍ରକଳ୍ପ
• ମହୁମାଛି ଚାଷ ପ୍ରତି ସଚେତନତା ଜାଗରଣ ସୃଷ୍ଟି କରିବା ପାଇଁ ତଥା ଏହାର ଅବଦାନକୁ ଗୁରୁତ୍ୱ ଦେବା ପାଇଁ ମହୁଚାଷକୁ ସୁଦୃଢ଼ କରିବା ଆବଶ୍ୟକ । ମହୁମାଛି ମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ମେ ୨୦ କୁ ବିଶ୍ୱ ମହୁମାଛି ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଭାରତରେ ମହୁଚାଷ କଷିର ଉତ୍ପାଦନକୁ ବୃଦ୍ଧି କରାଇବା ସହ ଚାଷୀମାନଙ୍କୁ ଉଦ୍ୟୋଗୀ କରାଇଥାଏ । ମୋ ମତରେ ଚାଷୀ ମାନେ ଉପଯୁକ୍ତ ଫ୍ରେମ ବ୍ୟବହାର କରନ୍ତୁ ଏବଂ ପ୍ରତ୍ୟେକ ୭-୧୦ ଦିନ ଅନ୍ତରାଳରେ ମହୁ ଜାଲିକୁ ଯାଂଚ କରନ୍‌ତୁ । ସମୟ ପୂର୍ବରୁ ବା ଅତି ବିଳମ୍ବରେ ମହୁ ଅମଳ କରନ୍ତୁ ନାହିଁ ।
 ସୋ÷ମ୍ୟା ସ୍ଥିତପ୍ରଜ୍ଞା , ପିଏଚ.ଡ଼ି ଛାତ୍ରୀ , ଓୟୁଏଟି

• ବିଶ୍ୱ ମହୁମାଛି ଦିବସ ଆମକୁ ମହୁମାଛି ମାନଙ୍କର ସୁରକ୍ଷା ତଥା ସେମାନଙ୍କର ଉପଯୁକ୍ତ ପାଳନ ପାଇଁ ଶିକ୍ଷା ଦେଇଥାଏ । ଏହା ପରିବେଶ ସନ୍ତୁଳନରେ ରକ୍ଷା କରିଥାଏ । ମହୁମାଛି କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ମହୁମାଛିଙ୍କର ପରାଗସଂଗମ ଦ୍ୱାରା ଆମେ ଅନେକ ଉପକୃତ ମଧ୍ୟ ହୋଇଥାଉ । ପରାଗସଂଗମଯୁକ୍ତ ଶସ୍ୟ ଆମ ପାଇଁ ଖୁବ ଉପକାରୀ ମଧ୍ୟ ହୋଇଥାଏ । ତେଣୁ ଏହି ଦିବସରେ ଆମେ ମହୁମାଛି ମାନଙ୍କର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ସହ ସମସ୍ତେ ମହୁଚାଷ ପାଇଁ ଆଗ୍ରହୀ ହେବା ଆବଶ୍ୟକ।
• ଦୀପାୟାନ ପାଢ଼ୀ , ମହୁଚାଷ ଗବେଷକ
• ଆୟୁର୍ବେଦର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉ ଅଥବା ଦୈନନ୍ଦିନ ଜୀବନର ଆବଶ୍ୟକତା , ମହୁ ଏବଂ ମହୁମାଛି ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ ହୋଇସାରିଛଇ । ଗବେଷଣାରୁ ଜଣାଯାଇଛି ଯେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏବଂ ଉଚ୍ଚ ତାପମାତ୍ରା ମହୁମାଛିର ଜୀବନ ପ୍ରକ୍ରିିୟା ଏବଂ ଏହାର ସୁରକ୍ଷା ଉପରେ ବିରାଟ ସମସ୍ୟା ସୃ୍େ‌ଟି କରିଛି । ପ୍ରତ୍ୟେକ ବର୍ଷ ସମଗ୍ର ମହୁମାଛି ତଥା ଅନ୍ୟାନ୍ୟ ପରାଗସଙ୍ଗମକାରୀ କୀଟଙ୍କ ସଂଖ୍ୟାର ହ୍ରାସ ଘଟୁଛି । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ କିପରି ମହୁମାଛି କିସମର ଯତ୍ନ ନିଆଯାଇପାରିବ ଏବଂ ମହୁଚାଷ ଭଲରେ ହୋଇପାରିବ , ସେ ବିଷୟରେ ଗବେଷଣା ହେବା ଆବଶ୍ୟକ ।
• ସ୍ନେହାଶିଷ ରାଉତରାୟ , ସହକାରୀ ପ୍ରାଧ୍ୟାପକ , ଶ୍ରୀ ଶ୍ରୀ ୟୁନିଭର୍ସିଟି , କଟକ

Leave A Reply

Your email address will not be published.

seven + 11 =