କୃଷି ଉତ୍ପାଦନରେ ବୈଷୟିକ ଜ୍ଞାନର ବ୍ୟବହାର ଏକ ବଡ଼ ଆହ୍ୱାନ- ରୋହିତ କୁମାର ସିଂ

0

କୃଷି ଉତ୍ପାଦନ କେନ୍ଦ୍ର ଏବଂ ମୁଖ୍ୟ ଉପଭୋକ୍ତାଙ୍କ ରହିବା ସ୍ଥାନଗୁଡିକ ଭିନ୍ନ ହୋଇଥାଏ ଓ ଭୌଗୋଳିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭିନ୍ନ ଭାବରେ ବିସ୍ତୃତ ମଧ୍ୟ ହୋଇଛି ଏବଂ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ଆହ୍ୱାନ ବୋଲି ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ସଚିବ ରୋହିତ କୁମାର ସିଂ କହିଛନ୍ତି।
“ଉପ-ଭୌଗୋଳିକ ଦୃଷ୍ଟିରୁ, ଗୋଟେ ଅଞ୍ଚଳରେ ଆମର ପ୍ରମୁଖ କୃଷି ଫସଲ ଉତ୍ପାଦିତ ହୁଏ ଏବଂ ଅନ୍ୟ ସ୍ଥାନ ଗୁଡିକରେ ଏହା ବ୍ୟବହାର କରାଯାଏ । ଏହା କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ” ବୋଲି ରୋହିତ କୁମାର ସିଂ ନୂଆଦିଲ୍ଲୀର ଜନସମ୍ପର୍କ ବିଭାଗରେ ଫୋରମ୍ ଅଫ୍ ଇଣ୍ଡିଆ ର ଦଶମ ବାର୍ଷିକ ମଞ୍ଚ ୨୦୨୩ ଅବସରରେ କହିଛନ୍ତି |

ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ , ରାଜସ୍ଥାନରେ ସୋରିଷ ଉତ୍ପାଦନ କରାଯାଏ କିନ୍ତୁ ଦେଶର ପୂର୍ବ ଭାଗରେ ସୋରିଷ ତେଲ ଖିଆଯାଏ; ଯେହେତୁ ରାଜସ୍ଥାନୀ ଅତ୍ୟଧିକ ସୋରିଷ ଖାଆନ୍ତି ନାହିଁ | “ଏଭଳି ପରିସ୍ଥିତିରେ ରାଜସ୍ଥାନୀ କଣ କରିବେ ? ପ୍ରଥମେ ଉତ୍ପାଦନ କରିବ ଏବଂ ତାପରେ ଏହାକୁ ସଂରକ୍ଷଣ କରି ପୁଣି ଏହାକୁ ପରିବହନ ମଧ୍ୟ କରିବାକୁ ପଡିବ।” ତେଣୁ ଏହା ଏକ ଅନ୍ୟ ପ୍ରକାରର ଆହ୍ଵାନ ସୃଷ୍ଟି କରିଥାଏ ବୋଲି ବରିଷ୍ଠ ସରକାରୀ ଅଧିକାରୀଙ୍କ ମତ । ଏପରି ଅନେକ ଉଦାହରଣ ଅଛି ବୋଲି ସେ କହିଛନ୍ତି।

nano urea

ଭାରତ ୨୭୫ ଲକ୍ଷ ଟନ୍ ଡାଲି ଉତ୍ପାଦନ କରେ ଏବଂ ୨୮୦ ଲକ୍ଷ ଟନ୍ ଖର୍ଚ୍ଚ କରେ , ଏଥିରେ ୫ ଲକ୍ଷ ଟନ୍ ର ବ୍ୟବଧାନ ରହିଛି। ଭାବିବାକୁ ଗଲେ ଆମେ ୫ ଲକ୍ଷ ଟନ୍ ଆମଦାନୀ କରିବା ଯୁକ୍ତିଯୁକ୍ତ କିନ୍ତୁ ଆମେ ୨୫ ଲକ୍ଷ ଟନ୍ ଆମଦାନୀ କରୁଛେ କାରଣ ଆମର କୃଷି ଉତ୍ପାଦନର ପ୍ରକ୍ରିୟା ଏବଂ ଏହାର ବ୍ୟବହାରର ପ୍ରକିୟା ଉଲ୍ଲେଖନୀୟ ଭିନ୍ନ ବୋଲି ସିଂ କହିଛନ୍ତି।
ତଥାପି, ସେ କହିଛନ୍ତି ଯେ ଟେକ୍ନୋଲୋଜିର ବ୍ୟବହାର ଏଥିରେ ସହାୟକ ହୋଇଛି |

ସଚିବ ସୂଚନା ବିସ୍ତାରର ଗୁରୁତ୍ୱ ଏବଂ ସୂଚନା ସମୀକରଣର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ତାଙ୍କ ମତରେ, ଭାରତ ଏକ ବିଶାଳ ଦେଶ ହୋଇଥିବାରୁ ସମସ୍ତ ହିତାଧିକାରୀଙ୍କ ଦ୍ୱାରା ଏକାଧିକ ପଦକ୍ଷେପ ଆବଶ୍ୟକ ହୋଇଥାଏ । ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ଏହି ପରିସ୍ଥିତିକୁ ତଦାରଖ କରୁଛନ୍ତି । ସ୍ଥିରତା ଏବଂ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ହାସଲ କରିବା ପାଇଁ ବେସରକାରୀ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

5 + three =